Type Here to Get Search Results !

ବଲାଙ୍ଗିର ଵିଜେଡି ପୌରାଧ୍ୟଖ୍ୟା ଭାବେ ଵିଜୟୀ ନିର୍ବାଚିତ ହେଲେ, ଶ୍ରୀମତୀ ଲିକା ସାହୁ ପୌରାଧ୍ୟକ୍ଷା ପଦବୀରେ ବିଜୟୀ



ବଲାଙ୍ଗିର :- 
ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ଶେଷରେ ବଲାଙ୍ଗିର ପୌର ପରିଷଦରେ ବାଜି ମାରିନେଲା ବିଜେଡ଼ି । ବିଜେଡ଼ି ଅଧ୍ୟକ୍ଷା ପ୍ରାର୍ଥିନୀ ଲିକା ସାହୁ କଂଗ୍ରେସ ପ୍ରାର୍ଥିନୀ ମିଲନୀ ସାହୁଙ୍କୁ ୧୪ ହଜାର ୪୩୨ ଭୋଟରେ ପଛରେ ପକାଇ ବିଜୟୀ ହୋଇଛନ୍ତି । କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥିନୀ ସମୁଦାୟ ୧୧ ହଜାର ୬୫୯ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବିଜେପି ପ୍ରାର୍ଥିନୀ ସବିତା ବାର୍ଲା ୭ ହଜାର ୧୧୬ ଖଣ୍ଡ ଭୋଟ୍‌ ପାଇଛନ୍ତି । ବିଜୟୀ ପ୍ରାର୍ଥିନୀ ଲିକା ସାହୁ ସମୁଦାୟ ୨୬ ହଜାର ୦୯୧ ଖଣ୍ଡ ଭୋଟ ପାଇ ଜୟଯୁକ୍ତ ହୋଇଛନ୍ତି । ବିଜେଡ଼ି ଶିବିରରେ ଏବେ ଉତ୍ସାହର ମାହୋଲ୍‌ ଦେଖିବାକୁ ମିଳିଛି । ସ୍ଥାନେ ସ୍ଥାନେ ବିଜେଡ଼ି ପକ୍ଷରୁ ପ୍ରସେସନ୍‌ ଚାଲିଥିବା ବେଳେ କଂଗ୍ରେସକୁ ପୁଣି ହତାଶ ହେବାକୁ ପଡ଼ିଛି । ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.