Type Here to Get Search Results !

୪୮ ଘଣ୍ଟିଆ ଭାରତ ବନ୍ଦ୍ ଡାକରା ଏବଂ କେନ୍ଦ୍ରାପଡାରେ ରାସ୍ତା ଅବରୋଧ


କେନ୍ଦ୍ରାପଡ଼ା :-

ଆଜି ଟ୍ରେଡ୍ ୟୁନିୟନ ମାନଙ୍କର ମିଳିତ ମଞ୍ଚ ଏବଂ ସ୍ଵାଧୀନ ଫେଡେ଼ ରେସନ କମିଟି ମାନଙ୍କ ଦ୍ଵାରା ୪୮ ଘଣ୍ଟିଆ ଭାରତ ବନ୍ଦ୍ ଡାକରାକୁ ସଫଳ କରିବା ପାଇଁ କେନ୍ଦ୍ରାପଡା ତିନିମୁହାଣି ଟ୍ରlଫିକ୍ ଛକ ନିକଟରେ ସିପିଆଇ ଏମର କେନ୍ଦ୍ରାପଡା ଜିଲ୍ଲା କମିଟି ସମ୍ପାଦକ ଏବଂ ଆବାହକ ସଂଯୋଗ କମିଟି ମୋର୍ଚ୍ଚାର ଗୟାଧର ଧଳ, UITC ର କେନ୍ଦ୍ରାପଡା ଜିଲ୍ଲା ସଭାପତି ମୁକ୍ତାର ଖାଁ, ସିପିଏମ ନେତା ତଥା ବରିଷ୍ଠ ଆଇନଜୀବି ରମଣୀ ରଂଜନ ରାଉତ ରାୟ , ନାରୀନେତ୍ରୀ ସୁହାନା ବେଗମଙ୍କ ନେତୃତ୍ୱରେ CPI, CPM ଏବଂ କଂଗ୍ରେସର ଶତାଧିକ ମହିଳା ଏବଂ ପୁରୁଷ କର୍ମୀଙ୍କ ମିଳିତ ଆନୁକୁଲ୍ୟରେ ଏକ ବିଶାଳ ରାଲ୍ଲି ସହିତ ବିକ୍ଷୋଭ ପଦର୍ଶନ୍ କରାଯିବା ସଙ୍ଗେ ସଙ୍ଗେ କଟକ ଚାନ୍ଦବାଲି ରାସ୍ତାକୁ ମଧ୍ୟ ଅବରୋଧ କରାଯାଇଥିଲା । ଯାହାଫଳରେ କିଛି ସମୟ ପାଇଁ ବା ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ଶହ ଶହ ଗାଡି ମୋଟର ଅଟକି ରହିଥିବା ଦେଖା ଯାଇଥିଲା । ସାଧାରଣତଃ ପଥଚାରି ଏବଂ ଆମ୍ବୁଲାନ୍ସ ଯାତାୟତରେ ବାଧା ଉପୁଜିଥିଲା । 

କେନ୍ଦ୍ରାପଡ଼ା ରୁ ନିରଞ୍ଜନ ଓଝା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.