ବଲାଙ୍ଗୀର :-
ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଆଜି ଓଡିଶା ଆଦର୍ଶ ବିଦ୍ଯାଳୟ ଦେଓଗାଁ ଚନ୍ଦ୍ରପୁର ଠାରେ ଅଭିଭାବକ,ଅଭିଭାଵିକା ଓ ଶିକ୍ଷକ ଶିକ୍ଷୟତ୍ରି ମଧ୍ୟ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବିଦ୍ଯାଳୟର ଅଧ୍ଯକ୍ଷା ସୁଶ୍ରୀ ସମ୍ମନିତା ସଡଙ୍ଗି ସଭାପତିତ୍ବ କରିଥିଲେ। ଏହି ସଭାରେ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ସକାଶେ ଶିକ୍ଷାର ମାନବୃଦ୍ଧି ପାଇଁ ବିଭିନ୍ନ ଦିଗରେ ଆଲୋଚନା କରା ଯାଇଥିଲା। ଶିକ୍ଷାବର୍ଷ ୨୦୨୧-୨୦୨୨ର ବାର୍ଷିକ ପରୀକ୍ଷାର ଫଳାଫଳ ଘୋଷଣା କରାଗଲା। ଆସନ୍ତା ଶିକ୍ଷାବର୍ଷ ପାଇଁ ଯୋଜନା ପ୍ରସ୍ତୁତି, କରୋନା ସୁରକ୍ଷା, 5T କାର୍ଯ୍ୟ ଅଗ୍ରସରତା, ବିଦ୍ଯାଳୟର ଅନ୍ଯାନ୍ଯ ସମସ୍ଯା ଓ ତାର ସମାଧାନ ସକାଶେ ଆଲୋଚନା କରାଗଲା। ଏହି ସଭାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଷଷ୍ଠ ସପ୍ତମ ଅଷ୍ଟମ, ନଵମ ର ସମସ୍ତ ଅଭିଭାବକ,ଅଭିଭାଵିକା ମାନେ ଯୋଗ ଦେଇ ତାଙ୍କର ସୁଚିନ୍ତିତ ମତ ପ୍ରଦାନ କରିଥିଲେ। ପରିଶେଷରେ ଶ୍ୟାମ ମେହେର ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।

