Type Here to Get Search Results !

ପୌର ନିର୍ବାଚନ ବେଳେ ସହରାଞ୍ଚଳରେ ମଦ ବିକ୍ରି ଉପରେ କଟକଣା

 


ଭୁବନେଶ୍ବର :- 

ପୌର ନିର୍ବାଚନ ବେଳେ ସହରାଞ୍ଚଳରେ ମଦ ବିକ୍ରି ଉପରେ କଟକଣା ଜାରି କରାଯାଇଛି। ୫ ଦିନ ପର୍ଯ୍ଯନ୍ତ ମଦ ଦୋକାନଗୁଡ଼ିକ ବନ୍ଦ ରଖାଯିବ। ମାର୍ଚ୍ଚ ୨୨ ତାରିଖ ସନ୍ଧ୍ୟା ୫ଟା ଠାରୁ ୨୬ ପର୍ଯ୍ଯନ୍ତ ପୌରାଞ୍ଚଳଗୁଡ଼ିକରେ ମଦ ଦୋକାନଗୁଡ଼ିକ ବନ୍ଦ ରହିବ। ମଦ‌ ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ ଆଦି ସ୍ଥାନରେ ମଦ ପିଇବା ଉ‌ପରେ କଟକଣା ଲାଗୁ କରାଯିବ ବୋଲି ରାଜ୍ୟ ଅବକାରୀ ଆୟୁକ୍ତ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଏହି ସମୟ ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବ ଏବଂ ମଦ ଗଚ୍ଛିତ ରଖିଥିବା ବ୍ୟକ୍ତିଙ୍କ ବିରୋଧରେ ଅବକାରୀ ବିଭାଗ ପକ୍ଷରୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମଦ ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବାରୁ ଏହି ଦିନଗୁଡ଼ିକୁ ‘ଡ୍ରାଇ ଡେ’ ଭାବରେ ବିବେଚନା କରାଯିବ। ଆଜି ଏ ସଂକ୍ରାନ୍ତରେ ଅବକାରୀ ଆୟୁକ୍ତ ଆଶିଷ କୁମାର ସିଂହ ରାଜ୍ୟର ସବୁ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି।

ରାଜ୍ୟରେ ମୋଟ ୧୦୬ଟି ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ସହିତ ୩ଟି ମହାନଗର ନିଗମରେ ମାର୍ଚ୍ଚ ୨୪ରେ ନିର୍ବାଚନ ଅନୁଷ୍ଠିତ ହେବ। ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ମତଦାତା ଭୋଟ ଦେବେ। ୨୬ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.