ଭୁବନେଶ୍ୱର :-
ଆଜି ସନ୍ଧ୍ୟାରେ ଭୁବନେଶ୍ୱର ନୟାପଲ୍ଲୀ ଥାନା ଅନ୍ତର୍ଗତ ଇସ୍କନ ବସ୍ତିରେ ଦୁଇ ପରିବାର ମଧ୍ୟରେ କଳହ କୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଶସ୍ତ୍ର ସଂଘର୍ଷ ହୋଇ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲ ରେ ଭର୍ତ୍ତି ହୋଇଥିବା ବେଳେ ଉଭୟ ପକ୍ଷର ଛ ଜଣକୁ ନୟାପଲ୍ଲୀ ଥାନା ଅଟକ ରଖିଛି।ଗଣ୍ଡଗୋଳ ବେଳେ ଉଭୟ ପକ୍ଷ ଖଣ୍ଡା ଓ ବିଭିନ୍ନ ତୀକ୍ଷ୍ଣ ମାରଣାସ୍ତ୍ର ରେ ପରସ୍ପର କୁ ଆକ୍ରମଣ ଓ ପ୍ରତିଆକ୍ରମଣ କରିଥିଲେ।ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ଘଟଣା ସ୍ଥଳ ରେ ପହଂଛି ଗଣ୍ଡଗୋଳ କାରୀଙ୍କ ମଧ୍ୟରୁ ଛ ଜଣଙ୍କୁ ନିଜ କବ୍ଜାକୁ ନେଇଥିବା ବେଳେ ଖଣ୍ଡା ଚୋଟରେ ଗୁରୁତର ଭାବେ ଆହତ ହୋଇଥିବା ଦୁଇ ଜଣଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ରେ ଭର୍ତ୍ତି କରିଥିବା ସୂଚନା ମିଳିଛି। ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ
