Type Here to Get Search Results !

ଓଡ଼ିଶା ସମସ୍ତ ୩୦ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ ପରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲା ବିଜେଡି


ଭୁବନେଶ୍ୱର :-

ସାଧାରଣଜନତାଙ୍କ ସହ ଯୋଡ଼ିହୋଇ ରହିବା ଓ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବାର ନିରନ୍ତର ପ୍ରୟାସର ପ୍ରତିଫଳନ ଭାବେ ସଦ୍ୟ ସମାପ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଅଭୂତପୂର୍ବ ସଫଳତା ମିଳିଛି। ଦଳର ଏହି ବିପୁଳ ବିଜୟର ଶ୍ରେୟ ବାସ୍ତବରେ ସାଢ଼େ ଚାରିକୋଟି ଓଡ଼ିଆଙ୍କର। ଏହାମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ବିଶ୍ୱାସ ଏବଂ ବିକାଶମୂଳକ କାର୍ଯ୍ୟର ସ୍ୱୀକୃତି। ତିରିଶିରୁ ତିରିଶି ଜିଲ୍ଲା ପରିଷଦ। ବିଜେଡିର ଏହି ଐତିହାସିକ ସଫଳତା ଦଳୀୟ ନେତା, କର୍ମୀ, କର୍ମକର୍ତ୍ତାଙ୍କୁ ଯେତିକି ବିହ୍ୱଳିତ କରିଛି; ଅନୁରୂପ ଭାବରେ ବିରୋଧୀଙ୍କୁ ସେତିକି ହତୋତ୍ସାହିତ କରିଛି। ଶିକ୍ଷିତ ଯୁବଗୋଷ୍ଠୀ ଓ ମହିଳାଙ୍କୁ ଅଧିକରୁ ଅଧିକ ପ୍ରତିନିଧିତ୍ୱର ସୁଯୋଗ ଦେଇ ରାଜ୍ୟରେ ଏକ ସମାବେଶୀ ବିକାଶ ନିମନ୍ତେ ଯେଉଁ କ୍ଷେତ୍ର ପ୍ରସ୍ତୁତ କରାଯାଇଛି, ତାହା କେବଳ ଶାସନରେ ସନ୍ତୁଳନ ରକ୍ଷା କରିବ ନାହିଁ, ପକ୍ଷାନ୍ତରେ ବିକାଶ ପ୍ରକ୍ରିୟାକୁ ଅଧିକ ଗତିଶୀଳ କରିବ। ଅନୁରୂପ ଭାବରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ରାଜ୍ୟ ଓ ଜିଲ୍ଲାସ୍ତରରେ ସାମଗ୍ରିକ ଜୀବନଧାରାକୁ ଅଧିକ ପରିପୁଷ୍ଟ କରିବ।

ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ଦଳ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଶି ପ୍ରତିଶତରୁ ଅଧିକ ଆସନ ଜିତିବା ଏକ ଅନନ୍ୟ ଉପଲବ୍ଧି। ମହିଳା ନେତୃତ୍ୱ ଏବଂ ମହିଳାଙ୍କ ସଶକ୍ତିକରଣ କ୍ଷେତ୍ରରେ ନିଜର ପ୍ରତିବଦ୍ଧତାକୁ ପୁଣି ଥରେ ପ୍ରତିପାଦିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଦେଶର ଅନେକ ନେତା ରାଜନୀତିରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି ସମ୍ପର୍କରେ କେବଳ ମନ୍ତବ୍ୟ ଦେଉଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ କାର୍ଯ୍ୟରେ କରି ଦେଖାଇଛନ୍ତି। ବିଜୁ ଜନତା ଦଳ ସଭାପତି ଶ୍ରୀ ପଟ୍ଟନାୟକ ୭୦% ଜିଲ୍ଲା ପରିଷଦ ସଭାପତି ଆସନରେ ମହିଳାଙ୍କୁ ବସାଇଛନ୍ତି।bbsr ru swarna prava nayak।


Post a Comment

0 Comments
* Please Don't Spam Here. All the Comments are Reviewed by Admin.