Type Here to Get Search Results !

କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ "ଝିଅ ବଞ୍ଚାନ୍ତୃ ଝିଅ ପଢାନ୍ତୁ" କାର୍ଯ୍ୟକ୍ରମ ଅନୁଷ୍ଠିତ



ଭୁବନେଶ୍ୱର: -

 ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ଉତ୍କଳ ରଙ୍ଗମଞ୍ଚ ଠାରେ କଲିଙ୍ଗ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଭଳି "ଝିଅ ବଞ୍ଚାନ୍ତୃ ଝିଅ ପଢାନ୍ତୁ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ଆଜିର କାର୍ଯ୍ୟକ୍ରମରେ ଉଦଘାଟକ ଭାବରେ କୁଳପତି ପ୍ରଫେସର ଡ କମଲ ଜିତ ସିଂହ। ମୁଖ୍ୟ ଅତିଥ ଭାବେ ଡ ମିନତି ବେହେରା, ଉପଦେଷ୍ଟା ଶାଶ୍ଵତୀ ମିଶ୍ର, ଓ ସମ୍ପାଦକ ମନୋଜ ରାଉଳ ଯୋଗ ଦେଇଥିଲେ। ପ୍ରାରମ୍ଭିକ ଭଜନ ଓ ଓଡ଼ିଶୀ ନୃତ୍ୟ ପରେ ସଭାପତି ଡ ନାରାୟଣ ମହାପାତ୍ର ଅନୁଷ୍ଠାନ ପକ୍ଷରୁ କରାଯାଉଥିବା କାର୍ଯ୍ୟ ବିଷୟରେ ସମସ୍ତଙ୍କୁ ସୂଚନା ଦେଇଥିଲେ। 

ସମ୍ମାନୀୟ ଅତିଥି ମାନେ ଏହିପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସମସ୍ତେ ମିଳିମିଶି ସହଯୋଗ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। 

ଉଦଘାଟକ ପ୍ରଫେସର ଡ କମଲଜିତ ସିଂ କୁଳପତି ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ମଧ୍ୟ ଝିଅ ପିଲା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସମସ୍ତେ ସ୍ୱର ଉତ୍ତୋଳନ କରିବା ନିମନ୍ତେ ଆହ୍ଵାନ ଦେଇ ଅନୁଷ୍ଠାନ ର କାର୍ଯ୍ୟ କୁ ଉଚ୍ଚ ପ୍ରଶଂସା କରିଥିଲେ। ଓଡ଼ିଶାରେ ଝିଅ ପିଲା ମାନେ ନିର୍ଭୟରେ ଚାଲି ବୁଲି ପାରୁଥିବାରୁ ପ୍ରଶଂସା କରିଥିଲେ। ମୁଖ୍ୟଅତିଥି ଅଧ୍ୟକ୍ଷ ରାଜ୍ୟ ମହିଳା କମିଶନ ଡ ମିନତି ବେହେରା ଝିଅ ମାନଂକ ସହିତ ଖରାପ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଥିଲେ, ଝିଅ ପିଲା ପୁଅ ପିଲାଙ୍କ ମଧ୍ୟରେ ସମାନତା ରହୁ ଏଥି ନିମନ୍ତେ ଝିଅମାନେ ନିଜେ ନିଜ କିପରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବେ ଚେଷ୍ଟା କରନ୍ତୁ, ସମାଜରେ ଭ୍ରୁଣ ହତ୍ୟା କିପରି ଭାବରେ ରୋକା ଯାଇ ପାରିବ, ସମସ୍ତଙ୍କ ସହଯୋଗ କରିବାକୁ ଅନୁରୋଧ କରିଥିଲେ। 


ଆଜିର କାର୍ଯ୍ୟକ୍ରମରେ ସମାଜରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଡ ଅଶୋକ ମହାପାତ୍ର, ଶ୍ରୀଜଗନ୍ନାଥଙ୍କ ସ୍କନ୍ଦ ପୁରାଣ ଓ ପାଞ୍ଚରାତ୍ର ଧାରା ରେ ଶ୍ରୀଜଗନ୍ନାଥ ର ପ୍ରଚାର ଓ ପ୍ରସାର ନିମନ୍ତେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପଣ୍ଡିତ ଶ୍ରୀଯୁକ୍ତ ଦାଶରଥି ସାମନ୍ତରାୟ ଓ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଶ୍ରୀମତି ମଧୁସ୍ମିତା ମହାନ୍ତି ଙ୍କୁ "ରାଜ୍ୟ ସ୍ତରୀୟ କଳିଙ୍ଗ ରତ୍ନ" ସମ୍ମାନ ପ୍ରଦାନ କରାଯାଇଥିଲା। ସମାଜ ସେବା ନିମନ୍ତେ ବିଭିନ୍ନ ବର୍ଗ ରେ ଯଥା ଡାକ୍ତର, ସାମ୍ବାଦିକ, ସଙ୍ଗୀତଜ୍ଞ, ସାମାଜିକ କର୍ମୀ, ଓ ଜନସାଧାରଣ ଙ୍କ ସାଙ୍ଗରେ ସର୍ବଦା କଲ୍ୟାଣ ମୂଳକ କାର୍ଯ୍ୟ କରିବା ପାଇଁ ପଦକ୍ଷେପ ନେଉଛନ୍ତି, ସେମାନଙ୍କୁ ଉସ୍ଥାହିତ ପାଇଁ "ସେବା ଗୌରବ ସମ୍ମାନ" ମଧ୍ୟ ପ୍ରଦାନ କରାଯାଇଛି। ଡ ଉତ୍କଳ ଖାଡେଙ୍ଗା, ଡ ନଳିନୀ କାନ୍ତ ସାହୁ, ଡ ସତ୍ୟସ୍ମିତା ଜେନା, ଡ ସୁଶୀଲ ପଟ୍ଟନାୟକ, ଡ ନିହାରୀକା ମିଶ୍ର, ଡ ସୁପ୍ରିତି ପାତ୍ର, ବିଜୟ ଖୁଣ୍ଟିଆ, ଅଭିଷେକ ମହାନ୍ତି, ପୁଷ୍ପଲତା ମହାନ୍ତି, ସୁବ୍ରତ ତାରେନିଆ, ବିନୋଦ ବେହେରା, ଅପର୍ଣ୍ଣା ପାତ୍ର, ପୁଷ୍ପିତା ନାୟକ, ସୁବିର କୁମାର ପାଣ୍ଡେ, ପ୍ରମୁଖ ଙ୍କୁ ସେବା ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା ଶେଷରେ ମହିଳା ଫୋରମ ର ସଦସ୍ୟ ମାନେ ସୁନ୍ଦର ନୃତ୍ୟ ପ୍ରଦର୍ଶନ କରିଥିଲେ। 

ଆଜିର କାର୍ଯ୍ୟକ୍ରମରେ ଉପଦେଷ୍ଟା ଉମାନାଥ ମିଶ୍ର, ଦିଲ୍ଲୀପ ପଟନାୟକ, ଉମାନାଥ ମିଶ୍ର ବିପିନ ବିହାରୀ ସାହୁ, ଅନ୍ତତର୍ଯ୍ୟମି ନାୟକ, ରଞ୍ଜନ ସାମଲ, ସୁମନ୍ତ ରାଉଳ, ଅଚ୍ୟୁତ ପ୍ରସାଦ ବେହେରା, ବିରଞ୍ଚି ରାଉତ, ମଳୟ ରଞ୍ଜନ ମହାପାତ୍ର, ଶ୍ରୀନିବାସ ରାଓ, ରାହୁଲ ପଳେଇ, ସୋନୁ ସାହୁ, ମନୋରଞ୍ଜନ ପଲେଇ ଓ ଅନୁଷ୍ଠାନ ପକ୍ଷରୁ ବହୁ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। 

ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.