ଭୁବନେଶ୍ୱର :-
ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ଙ୍କ ଦେହାନ୍ତ ହୋଇଯାଇଛି । ଆଜି ତାଙ୍କ ଝିଅ ସୁନୀତା ବିଶ୍ଵାଳ ଇ ନେଇ ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବେ ସେ ରୋଗଗ୍ରସ୍ତ ହୋଇ ଭୁବନେଶ୍ୱର ରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଆଜି ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ହେମାନନ୍ଦ ବିଶ୍ୱାଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦୁଇଥର ଦାୟିତ୍ୱ ନିର୍ବାହ କରିଥିଲେ । ପ୍ରଥମ ଥର ୭ ଡିସେମ୍ବର ୧୯୮୯ ରୁ ୫ ମାର୍ଚ ୧୯୯୦ ପର୍ଯ୍ୟନ୍ତ ଏବଂ ୬ ଡିସେମ୍ବର ୧୯୯୯ ରୁ ୫ ମାର୍ଚ ୨୦୦୦ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଥିଲେ। ତାଙ୍କ ବିୟୋଗ ରେ ଦଳଗତ ନିର୍ବିଶେଷରେ ସମସ୍ତେ ସ୍ତବ୍ଦ ହୋଇ ଯାଇଛନ୍ତି। ଆମ ଚ୍ୟାନେଲ ପକ୍ଷରୁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି। ବ୍ୟୁରୋ ରିପୋର୍ଟ
