ଭୁବନେଶ୍ୱର :-
ବହୁ ଦିନ ପ୍ରତୀକ୍ଷା ର ଅନ୍ତ ଘଟାଇ ଆଜି ରାଜ୍ୟ ନିର୍ବାଚନ କମିଶନ ପୌର ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। ଗତ ଦୁଇ ବର୍ଷ ଧରି ବନ୍ଦ ରହିଥିବା ପୌର ନିର୍ବାଚନ କୁ ପଞ୍ଚାୟତ ନିର୍ବାଚନ ପରେ ପରେ ହିଁ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । ପ୍ରଥମ କରି ଏହି ପୌର ନିର୍ବାଚନ ରେ ନୋଟା ବଟନ୍ କୁ ସ୍ଥାନ ଦିଆଯାଇଥିବା ବେଳେ କର୍ପୋରେଟର ଓ କାଉନସିଲର ଙ୍କ ସହ ମେୟର ଓ ଅଧ୍ୟକ୍ଷ ପଦବୀ ସିଧା ସଳଖ ନିର୍ବାଚନ ପ୍ରକ୍ରିୟା ରେ ସାମିଲ କରାଯାଇଛି। ଆସନ୍ତା ମାର୍ଚ୍ଚ ୨ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯିବ। ସେହିପରି ମାର୍ଚ୍ଚ ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ୧୪ ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ମାର୍ଚ୍ଚ ୨୪ ରେ ମତଦାନ କରାଯିବ। ମାର୍ଚ୍ଚ ୨୬ ରେ ଫଳାଫଳ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ
