Type Here to Get Search Results !

ପୁଣି ପାନୀୟଜଳ ବିବାଦ


କେନ୍ଦ୍ରାପଡ଼ା :-

ବହୁ ଚର୍ଚ୍ଚିତ ବିବାଦୀୟ ବସୁଧା ଯୋଜନା ରେ ୨୪୧ କୋଟି ଟଙ୍କା ବିନିମୟରେ ନିର୍ମାଣ ଚାଲିଥିବା ବୃହତ ପାନୀୟ ଜଳ ପ୍ରକଳ୍ପ ଏବେ ପୁଣି ବିବାଦରେ.ଏହି ପ୍ରକଳ୍ପ ର ଆରମ୍ଭ ମାର୍ଶାଘାଇ ବ୍ଲକର ତାଳସଙ୍ଗା ଠାରୁ ଆରମ୍ଭ ହେଉଅଛି।ସୂଚନା ଯୋଗ୍ୟ ଏହି ପ୍ରକଳ୍ପ ବିନା survey ରେ ଆରମ୍ଭ ହୋଇଥିବା ବେଳେ ମାର୍ଶାଘାଇ ବ୍ଲକର ମଣିକୁଣ୍ଡା ଠାରେ ସବୁ ନିୟମ କୁ ପାଦରେ ଚାପି ଜଙ୍ଗଲ ଜମି ରେ ବେଆଇନ ଭାବରେ ହେଉଥିବା ବେଳେ ସାମାଜିକ କର୍ମୀ ଆଳୟ ସାମନ୍ତରାୟ ଓ ସମ୍ପଦ ସ୍ୱାଇଁ NGT ରେ ମାମଲା ରୁଜୁ କରିଥିଲେ ଆଉ ମାନ୍ୟ ବର ଅଦାଲତ ଙ୍କ ନିର୍ଦ୍ଦେଶ ରେ ଏହି ଯୋଜନା ବନ୍ଦ ଅଛି। ତାଳସଙ୍ଗା ଠାରେ ନିର୍ମାଣ ସ୍ଥାନ ନିକଟରେ ଅନେକ ଚାଷୀଙ୍କୁ ପ୍ରତାରଣା କରାଯାଇଛି। ମାତ୍ର ଛଅ ମାସରେ ଶେଷ ହେବ କହି ସ୍ଥାନୀୟ ଚାଷୀ ମାନଙ୍କୁ କ୍ଷେତି ପୂରଣ ଦେଇ ତିନି ବର୍ଷ ହେଲାଣି ଜମିକୁ ନିଜ ହେପାଜାତରେ ରଖିଛନ୍ତି ଆଉ ଏହା ଭିତରେ ପ୍ରାୟ ୧୦ଜଣ ଠିକାଦାର ଗଲେଣି କିନ୍ତୁ ତିନି ବର୍ଷ ହେଲାଣି ୧୫ଜଣ ପରିବା ଚାଷୀ ଙ୍କୁ କୌଣସି କ୍ଷେତି ପୂରଣ ମିଳୁନି ଯାହାକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ଉତେଜନା ଦେଖା ଦେଇଛି ଆଉ ଆଗକୁ ଏହି ଉତ୍ତେଜନା ଆଗକୁ ବିକ୍ଷୋଭ ରେ ପରିଣତ ହେବାର ସମ୍ବାବନା ଦେଖା ଯାଉଛି। କେନ୍ଦ୍ରାପଡ଼ା ରୁ ନିରଞ୍ଜନ ଓଝା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.