କଳାହାଣ୍ଡି :-
ଏଭଳି ଫୋଟ ସତରେ ବହୁତ୍ ବିରଳ। ଯେଉଁଠି ଆମେ ପୋଲିସ କୁ ବେଳେ ବିଭିନ୍ନ ସମୟରେ ଲୋକଙ୍କ ଉପରେ ଅତ୍ୟାଚାର କରୁଥିବା ସମ୍ବାଦ ଦେଖେଇଥାଉ କିମ୍ବା ଅତ୍ୟାଚାର ରେ ଜର୍ଜରିତ ବ୍ୟକ୍ତି ଙ୍କ ସପକ୍ଷରେ ଜନମତ ନେଇଥାଉ ସେଠି ଏଭଳି ଫଟୋ ପୋଲିସ ପାଇଁ ତଥା ସମାଜ ପାଇଁ ଏକ ଅନନ୍ୟ ବିଶେଷତ୍ଵ ଓ ଉଦାହରଣ ସୃଷ୍ଟି କରିଛି। ଏ ଫଟୋ ହେଉଛି କଳାହାଣ୍ଡି ଜିଲ୍ଲାର କୌଣସି ଏକ ଭୋଟ ଦାନ କେନ୍ଦ୍ରର । ଯେଉଁଠି ଏ ବୁଢ଼ୀ ମାଉସୀ ଟି ନିଜ ଭୋଟ ଦାନ ଅଧିକାର ପାଇଁ ଭୋଟଗ୍ରହଣ କେନ୍ଦ୍ର କୁ ଆସିଛନ୍ତି ଏକ ଅଟୋ ମାଧ୍ୟମରେ ସେଠି ଏହି ମହିଳା କନେଷ୍ଟବଳ ଯାହାଙ୍କ ନାମ ମମତା ରଣା ସେ ଏହି ବୁଢ଼ୀ ମାଉସୀ ଙ୍କୁ କାଖେଇ ଭୋଟ କେନ୍ଦ୍ର ପର୍ଯ୍ୟନ୍ତ ନେଇ ଯାଉଥିବା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।ଅନ୍ୟପକ୍ଷରେ ଏହି ମହିଳା କନେଷ୍ଟବଳ ଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ଭୂରି ଭୂରି ପ୍ରଶଂସା ମଧ୍ୟ ମିଳିବାରେ ଲାଗିଛି। ଯଦି ସତରେ ସମସ୍ତ ପୋଲିସ ବିଭାଗ ଜନ ସାଧାରଣଙ୍କୁ ପ୍ରତି ମୁହୂର୍ତ୍ତରେ ସହଯୋଗ କରନ୍ତି ତେବେ ସତରେ କେତେ ଭଲ ହୁଅନ୍ତା ବୋଲି ଲୋକଙ୍କ ମନରେ ଆଲୋଚନା ଜୋର୍ ଧରିଛି। ବ୍ୟୁରୋ ରିପୋର୍ଟ
