ବଲାଙ୍ଗିର :-
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବଲାଙ୍ଗୀରରେ ହୋଇଛି ଭୋଟ ଗ୍ରହଣ । ମାଓ ପ୍ରଭାବିତ ଅଞ୍ଚଳରେ ଲୋକେ ଭୋଟ ଦେଇଛନ୍ତି । ଏହାସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିବାବେଳେ ଡ୍ରୋନ କ୍ୟାମେରା ରଖିଥିଲା ନଜର। ଏହି ଅଞ୍ଚଳରେ 769 ଟି ବୁଥରେ ଲୋକେ ନିଜର ମତଦାନ ଭରିଛନ୍ତି ।
ଜିଲ୍ଲାର ମାଓ ଇଲାକା କୁହାଯାଉଥିବା ବଙ୍ଗୋମୁଣ୍ଡା, ମୂରିବାହାଲ ଓ ତୁରେକେଲା ବ୍ଲକରେ ଆଜି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଥିଲା
ତେବେ ଏହି ସବୁ ବ୍ଲକ ମାଓ ପ୍ରଭାବିତ ସାଙ୍ଗକୁ ଦାଦନ ପ୍ରବଣ ଅଞ୍ଚଳ । ଏହି ସବୁ ଦୃଷ୍ଟିରୁ ପୋଲିସ ପ୍ରଶାସନର କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସେହିପରି ବିଭିନ୍ନ ସ୍ଥାନରେ ପୋଲିସ ଡ୍ରୋନ କ୍ୟାମେରା ଦ୍ବାରା ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ଭାବରେ ବ୍ୟବସ୍ଥିତ କରିଛି । ତେବେ ଏହି ଅଞ୍ଚଳରେ 769 ଟି ବୁଥରେ ଲୋକେ ବହୁ ଉତ୍ସାହର ସହିତ ନିଜର ମତଦାନ ଦେଇଛନ୍ତି।
ସେହିପରି ଭୋଟ ଚାଲିଥିବା ତୁରେକେଲା ବ୍ଲକରେ ମୋଟ 7ଟି ସମ୍ବେଦନଶୀଳ ଓ 24 ଅତି ସମ୍ବେଦନଶୀଳ ବୁଥ, ବଙ୍ଗୋମୁଣ୍ଡାରେ 22ଟି ସମ୍ବେଦନଶୀଳ ଓ 26 ଟି ଅତି ସମ୍ବେଦନଶୀଳ ବୁଥ ଓ ମୁରୀ ଵାହାଲରେ 20 ଟି ସମ୍ବେଦନଶୀଳ ଓ 15 ଟି ଅତି ସମ୍ବେଦନଶୀଳ ବୁଥ ରହିଛି । ଏହି ସବୁ ସ୍ଥାନରେ ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳାରେ ଚାଲିଥିଲା।ସରିଲା ତୃତୀୟ ପର୍ଯାୟ ମତଦାନ । ତିନୋଟି ଵ୍ଳକ ରେ ଆଜି ମତଦାନ ହାର 70% ରୁ 73% ମତଦାନ ଦେଇଛନ୍ତି ଭୋଟର । ବଲାଙ୍ଗୀର ଜିଲ୍ଲାରୁ ପଶ୍ଚିମ ଓଡିଶା ବ୍ୟୁରୋ ଚିଫ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।
