ଭଦ୍ରକ :-
ଭଦ୍ରକ ଜିଲ୍ଲାରେ ଅନେକ ସରକାରୀ ଜୋଜନା ବାଟ ମାରଣା ହେଉଛି କିମ୍ବା ଅଧାରେ ଅଟକି ଯାଉଛି। ଲୋକଙ୍କ ଅର୍ଥରେ ଲୋକଙ୍କ ପାଇଁ କରାଯାଉଥିବା ଯୋଜନା ଏଠି ଏକ ପ୍ରହସନ ପାଲଟିଛି । ଏପ ଅବସ୍ଥାରେ ଭଦ୍ରକରେ ଏବେ ଲୋକ ମାନଙ୍କ ପାଇଁ ବିଦ୍ୟୁତ୍ କର ସହିତ ଜଳକର ବୃଦ୍ଧି ମୁଖ୍ୟ ସମସ୍ୟା ଦେଖା ଦେଇଛି। ଅଧା ସମୟରେ ବିଦ୍ୟୁତ ନଥାଇ ବିଦ୍ୟୁତ୍ ବିଲ ଦେବାକୁ ବାଧ୍ୟ ହେଉଥିବା ବେଳେ ଏବେ କେନ୍ଦ୍ର ସରକାରଙ୍କ ଦ୍ବାରା ଘରେ ଘରେ ପାଣି ଯୋଗାଇଦେବା ପାଇଁ ଚାଲିଥିବା ଅମୃତ ଯୋନାରେ ଏକ ପ୍ରହସନରେ ପାଲଟିଛି । ଅନେକ ସ୍ଥାନରେ ପାଣି ପାଇପ ବିଛାଇ ଦେଇ ଠିକାଦାର ବିଲ ନେଇକି ଫେରାର ହେଇଥିବା ବେଳେ ଅନ୍ୟ ଛୋଟିଆ ଠିକାଦାର ଏ ଅଧା କାର୍ଯ୍ୟ ହୋଇଥିବା ଯୋଜନାକୁ ସଂପୂର୍ଣ୍ଣ କରିବା ପାଇଁ ମାନ ଦେଉ ନାହାନ୍ତି ଫଳରେ ଲୋକମାନେ ଏହି ଯୋଜନାରୁ ଉପକୃତ ପାଉନଥିବା ଅଭିଯୋଗ ହୋଇଛି । ଭଦ୍ରକରେ ପ୍ରାୟ ୬୦ ଭାଗ ଲୋକଙ୍କ ଘରେ ଏହି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିବା ବେଳେ ଅନ୍ୟ ମାନଙ୍କ ପାଖରେ ଏହା ବହୁ ଦୂରରେ ଅଛି । ପୂର୍ବରୁ ବିଭିନ୍ନ ବସ୍ତି ଅଂଚଳରେ ଓ ଗାଁ ମାଙ୍କରେ ଟିୱେଲ ବସୁଥିଲା, ସେତେବେଳେ ଜଳ ଶୁଳ୍କ ମଧ୍ୟ କମ ଥିଲା । ହେଲେ ଏବେ ଏହି ନୂତନ ଯୋଜନା ଦ୍ବାରା ପଏଂଟ ପିଛା ୧୦୬ ଟଙ୍କା ଦେବା ଖାଉଟି ମାନଙ୍କୁ ଚିନ୍ତାର ବିଷୟ ହୋଇ ପଡିଛି ଏଥିପ୍ରତି ଲୋକ ପ୍ରତିନିଧ୍ଵ ଦୃଷ୍ଟି ଦେବାପାଇଁ ସ୍ଥାନୀୟ ଲୋକେ ଦାବି ଜଣାଇଛନ୍ତି । ଆଗରୁ ରନ୍ଦନ ଗ୍ୟାସ ଦରବୃଦ୍ଧି ,ବିଦ୍ୟୁତ କର ବୃଦ୍ଧି ଆଉ ଏବେ ଜଳକର କୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳୁଛି । ଅପରପକ୍ଷରେ ଅମୃତ ଯୋଜନାରେ ଅଧାରୁ ଅଟକିଥିବା ପାନୀୟ ଜଳ ଯୋଜନାକୁ ଯଥାଶିଘ୍ର କାର୍ଯ୍ୟକାରୀ କରିବା ପାଇଁ ଦାବି ହେଇଛି । ଭଦ୍ରକ ମ୍ୟୁନିସିପାଲଟି ଅଂଚଳର ମୁଲ୍ଲାସାହି,ପୁରୁଣା ବଜାର, ବଙ୍କସାହି, ଅସ୍ତଳ ଓ କୁଆଁସ ସମେତ ଅନେକ ଓ୍ବାର୍ଡରେ ଏହି ଅବସ୍ଥା । ଏହି ବନ୍ଦ ହୋଇ ପଡିଥିବା ପାଇପ ଲାଇନ ଗୁଡିକୁ ତୁରନ୍ତ ଚାଲୁ କରିବା ସହିତ ଅମୃତ ଯୋଜନା ଦ୍ବାରା ପାନୀୟ ଜଳ ଯୋଗାଇ ଦେବା ପାଇଁ ଲୋକ ପ୍ରତିନିଧୂ ଓ ବିଭାଗୀୟ ଅଧିକାରୀ ମାନେ ଦୃଷ୍ଟି ଦେବାକୁ ସହରବାସୀ ଦାବି କରିଛନ୍ତି । ଭଦ୍ରକ ରୁ ସେଖ ଅବଦୁଲ ଫିତର ରିପୋର୍ଟ
