ଭୁବନେଶ୍ୱର :-
ରାଜ୍ୟ ସରକାର ଙ୍କ ତରଫରୁ ଆଜି ଏକ ବଡ଼ ଘୋଷଣା କରାଯାଇଛି। ନାଇଟ୍ କର୍ଫ୍ୟୁ ଯାହାକି ସମସ୍ତ ସହରାଞ୍ଚଳରେ ଲାଗୁ ହୋଇଥିଲା ତାହା ଆଜି ଅର୍ଥାତ୍ ୧୮ ଫେବୃଆରୀ ୨୦୨୨ ଠାରୁ ଉଚ୍ଛେଦ କରାଯାଇଛି। ଏନେଇ ଆଜି ଟୁଇଟ୍ ମାଧ୍ୟମରେ ସରକାର ଏହାକୁ ଘୋଷଣା କରିଛନ୍ତି।
ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମଣ କମିବାରେ ଲାଗିଥିବା ବେଳେ ଏନେଇ ଜନତାଙ୍କ ଜୀବନଜୀବିକା ଧୀରେ ଧୀରେ ସୁଧୁରିବାରେ ଲାଗିଛି। ତେବେ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଜନିତ ସମସ୍ୟାକୁ ଆଜି ରାଜ୍ୟ ସରକାର ଉଚ୍ଛେଦ କରିବା ସହ ଏନେଇ ଆଜିଠାରୁ ଲାଗୁ ମଧ୍ୟ କରିଛନ୍ତି। ତେବେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରିବା ପୂର୍ବବତ୍ ଜାରି ରଖା ଯାଇଛି। ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ
