Type Here to Get Search Results !

ଦେଓଗାଁ 26ନମ୍ବର ଜାତୀୟ ରାଜପଥ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ, ୫ ଗୁରୁତ୍ୱର


ବଲାଙ୍ଗିର :-

 ବଲାଙ୍ଗିର ପଟରୁ ଦେଓଗାଁକୁ ଯାଉଥିବା ରତନପୁର ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଏକ କାର (ଓଡି୦୮କ୍ୟୁ୮୩୦୯) ଯୋଗେ ବଲାଙ୍ଗିରରୁ ଦେଓଗାଁ ପଟକୁ ଯାଉଥିବା ବେଳେ କାର୍‌ଟି ଭାରସାମ୍ୟ ହରାଇ ରତନପୁର ନିକଟରେ ଏକ ଗଛରେ ଧକ୍କା ଦେଇଥିଲା । ଫଳରେ କାର୍‌ରେ ଥିବା ଡ୍ରାଇଭରଙ୍କ ସମେତ ୬ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କ ର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଅତ୍ୟନ୍ତ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ଆଣି ଭର୍ତ୍ତି କରିଥିବା ଜଣାପଡ଼ିଛି । ମୃତକ ଜଣକ ପୁରୁଷ ହୋଇଥିବା ବେଳେ ୫ ଜଣ ଗୁରୁତରଙ୍କ ମଧ୍ୟରୁ ଜଣେ ଡ୍ରାଇଭର ଓ ଅନ୍ୟ ୪ ଜଣ ମହିଳା ବୋଲି ସୂଚନାରେ କୁହାଯାଇଛି । ଘଟଣାସ୍ଥଳରେ ଗାଡ଼ି ସମାନାପଟ ଚୁରମାର୍‌ ହୋଇଯାଇଥିବା ଦେଖିବାକୁ ମିଳିଥିବା ବେଳେ ଦେଓଗାଁ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବା ଜଣାପଡ଼ିଛି । ବଲାଙ୍ଗିର ରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.