Type Here to Get Search Results !

ଅଗ୍ରଣୀ ସାମାଜିକ ସଂଗଠନ ଖିଦମତ କମିଟି ପକ୍ଷରୁ ଝିଅ ବିବାହରେ ସାହାଯ୍ୟ ପ୍ରଦାନ


 

ଝାରସୁଗୁଡ଼ା :-

ସେ ଜଣେ ନୁହଁ କି ଦି ଜଣ ୪୫ ଜଣ ଝିଅ ଙ୍କୁ ବିବାହ ସମୟରେ ବିବାହ ସାମଗ୍ରୀ ଦେଇଛି ଝାରସୁଗୁଡ଼ା ର ଅଗ୍ରଣୀ ସାମାଜିକ ସଂଗଠନ ଖିଦମତ କମିଟି। ସୁନ୍ଦରଗଡ଼ ଜିଲ୍ଲାରେ ଏକ ଗରିବ ଝିଅ କୁ ଗତ ୨୧ ତାରିଖରେ ତାଙ୍କ ବିବାହ ସମୟରେ ଝିଅ କୁ ଦିଆଯାଉଥିବା ଆସବାବପତ୍ର ଏହି ସାମାଜିକ ସଂଗଠନ ପକ୍ଷରୁ ସହାୟତା ଭାବେ ଦିଆଯାଇଛି। ଏହି କମିଟି ପୂର୍ବରୁ ମଧ୍ୟ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ ଦେବଗଡ଼ ଆଦି ଜିଲ୍ଲା ଗୁଡ଼ିକରେ ପ୍ରାୟ ୪୫ ଜଣ ଝିଅ ଙ୍କ ବିବାହ ସାମଗ୍ରୀ ଦାନ କରିଥିବା କହିଛନ୍ତି କମିଟି ଡାଇରେକ୍ଟର ମହମ୍ମଦ ନାସିର (ଗୁଡୁ)। ଏଭଳି କାର୍ଯ୍ୟ କରିଥିବା ବେଳେ ଖିଦମତ କମିଟି କୁ ବିଭିନ୍ନ ମହଲରୁ ପ୍ରଶଂସିତ କରାଯାଇଛି। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.