Type Here to Get Search Results !

ପଶ୍ଚିମା ଝଡ ପ୍ରଭାବରେ ଭିଜିବ ଓଡ଼ିଶା

 

ଭୁବନେଶ୍ୱର :-

ପୁଣି ବର୍ଷା ସାଙ୍ଗକୁ ହେବ କୁଆ ପଥର ମାଡ଼, ପୁଣି ଭିଜିବ ଓଡ଼ିଶା। ଆସନ୍ତା ୩ ତାରିଖ ରୁ ଓଡ଼ିଶା କୁ ପଶ୍ଚିମା ଝଡ଼ ର ପ୍ରଭାବରେ ବର୍ଷା ସମ୍ଭାବନା ରହିଥିବା ରାଜ୍ୟ ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା ୩ ତାରିଖରେ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ବଲାଙ୍ଗିର, ସୋନପୁର, ଅନୁଗୁଳ ଆଦି ଜିଲ୍ଲା ଗୁଡ଼ିକରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଦକ୍ଷିଣ ଓଡ଼ିଶାର ପାଣିପାଗ ଶୁଖିଲା ରହିବ। ସେହିପରି ୪ ତାରିଖ ଦିନ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ବେଳେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ଘଡଘଡି ସମ୍ଭାବନା ରହିଛି। ଏହାସହ କିଛି ସ୍ଥାନରେ କୁଆପଥର ମାଡ ର ସମ୍ଭାବନା ରହିଥିବା ରାଜ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ବର୍ଷା ରେ କୃଷି ଉପରେ ପ୍ରତିକୂଳ ପ୍ରଭାବ ପକାଇ ପାରେ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ଏହି ଦୁଇଦିନ ରାତିର ତାପମାତ୍ରା ୪-୫ ଡିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏହି ବର୍ଷା ପ୍ରଭାବରେ ଟମାଟୋ, କୋବି, ଲଙ୍କା, ପିଆଜ ଆଦିରେ ପ୍ରଭାବିତ ହୋଇ ପରେ। ତେଣୁ ଏ ସବୁକୁ ପଲିଥିନ ଆଚ୍ଛାଦିତ ରଖିବାକୁ ସୂଚନା ଦେଇଛି ପାଣିପାଗ ବିଭାଗ। ଏହାସହ ସାର, ଓ କୀଟନାଶକ ଔଷଧ ସାମୟିକ ଭାବରେ ସ୍ଥଗିତ ରଖିବାକୁ ସୂଚନା ଦିଆଯାଇଛି। ବ୍ୟୁରୋ ରିପୋର୍ଟ





Post a Comment

0 Comments
* Please Don't Spam Here. All the Comments are Reviewed by Admin.