ଝାରସୁଗୁଡ଼ା -
ଆଜି ଝାରସୁଗୁଡ଼ା ପୁରୁଣାବସ୍ତି ଅଞ୍ଚଳରୁ ବହୁ ପରିମାଣର ଶାଗୁଆନ ପଟା ଜବତ୍ କରିଛି ଝାରସୁଗୁଡ଼ା ବନ ବିଭାଗ। ଝାରସୁଗୁଡ଼ା ଟାଉନ ପୋଲିସ ଓ ଝାରସୁଗୁଡ଼ା ବନ ବିଭାଗ ପକ୍ଷରୁ ମିଳିତ ଚଢାଉ ରେ ବହୁ ପରିମାଣର ଏହି ମୂଲ୍ୟବାନ ଶାଗୁଆନ ପଟା ଜବତ କରାଯାଇଛି। ଏହାସହ ଏହାକୁ ଲୁଚେଇ ରଖିଥିବା ସଂପୃକ୍ତିରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଝାରସୁଗୁଡ଼ା ବନ ବିଭାଗ। ସଂପୃକ୍ତ ବ୍ୟକ୍ତି ଜଣକ ହେଲେ ଝାରସୁଗୁଡ଼ା ପୁରୁଣା ବସ୍ତି ବାସିନ୍ଦା ଜିତେନ୍ଦ୍ର ମେହେର। ଆଜି କୌଣସି ସୂତ୍ର ରୁ ଖବର ପାଇ ଝାରସୁଗୁଡ଼ା ଟାଉନ ପୋଲିସ ଓ ବନ ବିଭାଗର ମିଳିତ ଚଢାଉ ସହ ମୂଲ୍ୟବାନ ଶାଗୁଆନ ପଟା ଜବତ ହୋଇ ପାରିଛି। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ
