Type Here to Get Search Results !

ସମ୍ବଲପୁରୀ ମ୍ୟୁଜିକ ଆଲବମ "ଗାଲ ଗୁଲାବି" ୟୁଟ୍ୟୁବ ର ଡିଜିଟାଲ ପ୍ଲାଟଫର୍ମ ରେ ମୁକ୍ତିଲାଭ

ପଦ୍ମପୁର :- 

ପଦ୍ମପୁର ସହର କଳା ଓ ସଂସ୍କୃତି ର ଗନ୍ତାଗର ହୋଇଥିବା ବେଳେ ଏଠାକାର କଳାକାର ନାଟକ ହଉ ବା ସଙ୍ଗୀତ-ନୃତ୍ୟ ହଉ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ଠିକ ସେହିପରି ଡିଜିଟାଲ ପ୍ଲାଟଫର୍ମ ରେ ମଧ୍ୟ କଳା ପ୍ରଦର୍ଶନ କ୍ଷେତ୍ରରେ ଏମାନେ ପଛରେ ନାହାନ୍ତି। ସବୁବେଳେ ନୁଆଁ କଳାକାର ଙ୍କୁ ସୁଯୋଗ ଦେଇଆସିଥିବା ସ୍ଥାନୀୟ 'ଥିଏଟର ଆର୍ଟିଷ୍ଟ' ଗ୍ରୁପ ଦ୍ଵାରା ପ୍ରସ୍ତୁତ ସମ୍ବଲପୁରୀ ମ୍ୟୁଜିକ ଆଲବମ "ଗାଲ ଗୁଲାବି" ୟୁଟ୍ୟୁବ ର ଡିଜିଟାଲ ପ୍ଲାଟଫର୍ମ ରେ ମୁକ୍ତିଲାଭ କରିଛି l ମାତ୍ର ୪୮ ଘଣ୍ଟାରେ ୩୦ ହଜାରରୁ ଅଧିକ ଦର୍ଶକ ଏହି ଆଲବମ କୁ ଉପଭୋଗ କରିସାରିଥିବା ବେଳେ ବର୍ତମାନ ର ଯୁବପିଢି ଏହାକୁ ଅନେକ ମାତ୍ରାରେ ପସନ୍ଦ କରିଛନ୍ତି। ଏହି ଆଲବମ ର ମୁଖ୍ୟ ଚରିତ୍ରରେ ମନିଷ କୁମାର ରଥ ଏବଂ ଜୁବଲୀ ପଣ୍ଡା ଅଭିନୟ କରିଛନ୍ତି l ଗୀତ ରଚନା ପ୍ରେମ ତାଣ୍ଡି ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ତରୁଣ ମହାରଣା l କଣ୍ଠଦାନ କରିଛନ୍ତି ସୁବ୍ରତ ଦାଶ ଓ ଜାଗୃତି ମିଶ୍ର l ଆଲବମ ର ନିର୍ଦ୍ଦେଶନା ପ୍ରିତୀ ମିଶ୍ର ଦେଇଥିବାବେଳେ, ସହାୟତା କରିଛନ୍ତି କ୍ଷମେଶ୍ୱର ବେହେରା,ଏଥି ସହିତ ନୃତ୍ୟ ସଂଯୋଜନା ଦାୟିତ୍ୱ ତୁଲାଇଛନ୍ତି ପିଙ୍କୁ ମହାନନ୍ଦ । ଆଲବମ ଟି ଦର୍ଶକ ଙ୍କ ଠାରେ ବେଶ ସ୍ଵୀକୃତି ପାଇବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ଆଶା ପ୍ରକଟ କରାଯାଇଛି l

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.