Type Here to Get Search Results !

ଗୋବିନ୍ଦପୁର ରେ ପ୍ରସ୍ତାବିତ ଟୋଲଗେଟ କୁ ଅଞ୍ଚଳ ବାସୀ କ ତ୍ରୀବ ବିରୋଧ, ତହସିଲ ଅଫିସ ସମ୍ମୁଖରେ ଧାରଣା ସହ ଦାବିପତ୍ର ପ୍ରଦାନ



ଲଖନପୁର :-

ଜାତୀୟ ରାଜପଥ ୪୯ଉପରେ ଥିବା କଦମଡିହି ପଞ୍ଚାୟତ ଗୋବିନ୍ଦପୁର ଠାରେ ଏହି ପ୍ରସ୍ତାବିତ ଟୋଲଗେଟ କୁ ବିରୋଧ କରାଯାଇଛି। ଲଖନପୁର ଅଞ୍ଚଳ ବିସ୍ତାପିତ ତେବେ ଅଞ୍ଚଳ ରେ କୋଣସି କଲକାରଖାନା ନାହିଁ ।  ଏ ଅଞ୍ଚଳ ବାରମ୍ବାର ଶୋଷଣ ଶିକାର ହେଉଥିବା ବାରମ୍ବାର ଅଭିଯୋଗ ହେଈ ଆସୁଛି। ଏଵେ ଏହି ପ୍ରସାବିତ ଟୋଲଗେଟ ସ୍ଥାପନ କରି ପୁଣିଥରେ ଅଞ୍ଚଳ ବାସୀ କୁ ଶୋଷଣ କରାଯିଵ ବୋଲି ସ୍ଥାନୀୟ ଅଧିବାସୀ କହିଛନ୍ତି। ତେଵେ ଲଖନପୁର ତହସିଲ କାର୍ଯ୍ୟାଳୟ ସହ ସ୍ୱାସ୍ଥ୍ୟ ସେବା ପାଇଁ ସହ ଅନେକ କାର୍ଯ୍ୟ ପାଇଁ ନିତିଦିନିଆ ଘରୋଇ ଗାଡୀ ବ୍ୟବହାର କରିଥାନ୍ତି।  ତେବେ ଗୋବିନ୍ଦପୁର ର ଚାଷୀମାନେ ନିଜର ପନିପରିବା ସୁବିଧା ରେ ବ୍ରିକି କରନ୍ତି ଏବଂ ଟୋଲ ଗେଟ୍ ଦ୍ଵାରା ଚାଷୀ ଓ ଛୋଟ ଦୋକାନି  ପ୍ରଭାବିତ ହେଵ ଏବଂ ଦୁର୍ଘଟଣା ଘଟିବାର ଆଶଙ୍କା ରହିଥିବା ଅଞ୍ଚଳ ବାସୀ କହିଛନ୍ତି। ଏଵେ ଗୋବିନ୍ଦପୁର ଶାନ୍ତି ପ୍ରିୟ ଛକ ହେବାରୁ ଏଠୀ ଚଳଚଞ୍ଚଳ, ଟୋଲଗେଟ ହେଲେ ଏ ଅଞ୍ଚଳ ରେ ଅନୈତିକ କାର୍ଯ୍ୟ ବଢିବାର ଆଶଙ୍କା ରହିଛି। ତେଵେ ଏହି ଟୋଲଗେଟ କୁ ବିରୋଧ କରି ତହସିଲ ଅଫିସ ସମ୍ମୁଖରେ ଧାରଣା ସହ ତହସିଲଦାର କୁ ଦାବିପତ୍ର ପ୍ରଦାନ କରାଯାଇଛି। 



ତେଵେ ପୁର୍ବତନ ବ୍ରଜରାଜନଗର ବିଧାୟୀକା ରାଧାରାଣୀ ପଣ୍ଡା, ପୁର୍ଵତନ ସରପଞ୍ଚ ଉତ୍ତମ ନେଗୀ, ତୋଷରାମ ପଧାନ, ସମରବଗା ଗ୍ରାମ ପଞ୍ଚାୟତ ସରପଞ୍ଚ କ ପ୍ରତିନିଧି ଗଜାନନ ଭୟର ଓ ନେତ୍ରାନଦ ଦାସ,ଏବଂ ଅଞ୍ଚଳର ଜନ ପ୍ରତିନିଧି ଓ ସ୍ତାନୀୟ ଲୋକେ ଉପସ୍ଥିତ ରହି ଟୋଲଗେଟ ର ତୀବ୍ରତର ବିରୋଧ କରିଛନ୍ତି। ଯଦି ଆଗକୁ ଏହି ଟୋଲଗେଟ  ରଦ୍ଦ କରା ନଗଲେ ଆନ୍ଦୋଳନ ତୀବ୍ରତର ହେଵ ଵୋଲି ଚେତାବନୀ ଦେଇଛନ୍ତି।  

ଲଖନପୁର ରୁ ପରିତୋଷ ମିଶ୍ର ଙ୍କ ସହ ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.