ରାଜ୍ୟ କ୍ୟାବିନେଟ ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରେ ଲାଗିଛି ମୋହର। ବଢିଲା ସରକାରୀ ଚାକିରୀ ଆଶାୟୀ ପ୍ରାର୍ଥୀ ଙ୍କ ଆବେଦନ ବୟସ ସୀମା। ସାଧାରଣ ବର୍ଗ ପାଇଁ ଏହା ୩୨ ବର୍ଷରୁ ବୃଦ୍ଧି ପାଇ ୩୮ ହୋଇଥିବା ବେଳେ ମହିଳା, ଅନୁସୂଚିତ ଜାତି ଓ ଜନଜାତି, ପାଛୁଆବର୍ଗ ଙ୍କ ବୟସ ସୀମା ୪୩ ବର୍ଷ ରଖାଯାଇଛି। ସେହିପରି ସାଧାରଣ ଭିନ୍ନକ୍ଷମ ଙ୍କ ବୟସ ୪୮ ବର୍ଷ ରଖିଥିବା ବେଳେ ସଂରକ୍ଷିତ ଭିନ୍ନକ୍ଷମ ଙ୍କ ବୟସ ୫୨ ବର୍ଷ କୁ ବୃଦ୍ଧି କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ଙ୍କ ଦ୍ଵାରା ଏକ ଘୋଷଣା ମଧ୍ୟ କରାଯାଇଛି କି ଏହା କେବଳ ୨୦୨୧, ୨୦୨୨ ଓ ୨୦୨୩ ଅର୍ଥାତ୍ କେବଳ ୩ ବର୍ଷ ପାଇଁ ଏ ନିୟମ ଗୃହୀତ ହୋଇଛି। ପରବର୍ତ୍ତୀ ସମୟରେ ପୁଣି ଏ ନିୟମ ସଂଶୋଧିତ ହେବ। ତେଣୁ ସରକାରୀ ଚାକିରି ଆଶାୟୀ ପ୍ରାର୍ଥୀ ମାନେ ଏ ବର୍ଷ ଭିତରେ ନିଶ୍ଚିତ ଲାଭ ଉଠାଇ ପାରିବେ। ବ୍ୟୁରୋ ରିପୋର୍ଟ
