ବଲାଙ୍ଗୀର /ଲୋଇସିଂହା :-
ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଞ୍ଚଳରେ ବେଆଇନ ଗୋରୁ ଚାଲାଣ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ସ୍ଥାନୀୟ ପୋଲିସ ଏହାକୁ ରୋକିବାରେ ବିଫଳ ରହିଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ସାଧାରଣରେ ଆଲୋଚନା ହେଉଛି ଯେ, ଗୋରୁ ଚାଲାଣକାରୀ ଓ ପୋଲିସ ମଧ୍ୟରେ ରହିଥିବା ମଧୁଚନ୍ଦ୍ରିକା ଯୋଗୁଁ ଅଞ୍ଚଳରୁଗାଇ, ଗୋରୁ ପଲ କ୍ରମଶଃ କମିବାରେ ଲାଗିଥିବା ଜଣାଯାଇଛି ।
ଶନିବାର ଏଭଳି ଗୋରୁ ବୋଝେଇ ହୋଇଥିବା ତିନୋଟି କଣ୍ଟେନରକୁ ଲୋଇସିଂହା ପୋଲିସ ଜବତ୍ କରିଥିଲେ ହେଁ ଅର୍ଦ୍ଧରାତ୍ରିରେ ଛାଡି ଦେଇଥିବା ଚର୍ଚ୍ଚା ହେଉଛି । ଗତ ଶୁକ୍ରବାର ଥିଲା ଲୋଇସିଂହା ଥାନା ରୋତ ସାପ୍ତାହିକ ବଜାର ଦିନ । ବଜାରରୁ ସଂଗୃହିତ ଗୋରୁ ଗୁଡିକୁ ଅନ୍ୟତ୍ର ଚାଲାଣ ଉଦ୍ଦେଶ୍ୟରେ ନିକଟରେ ଠୁଳ କରାଯାଉଥିଲା । ଗୋରୁ ବୋଝେଇ ହେବା ପାଇଁ ଉଦ୍ଧିଷ୍ଟ ଗାଡି ଗୁଡିକ ମଧ୍ୟ ପହଞ୍ଚି ସାରିଥିଲା । ଆଉ ଗତକାଲି ଶନିବାର ସନ୍ଧ୍ୟାରେ ଗୋରୁ ବୋଝେଇ ହେଉଥିବା ସମୟରେ ଲୋଇସିଂହା ପୋଲିସ ସଦଳବଳେ ଚଢ଼ାଉ କରିଥିଲା ରୋତ ବଜାର ନିକଟରେ । ଅନ୍ୟତ୍ର ଚାଲାଣ ପାଇଁ ତିନୋଟି କଣ୍ଟେନର୍ରେ ପ୍ରାୟ ଦେଢ଼ଶହରୁ ଅଧିକ ଗୋରୁ ଥିଲେ । ତିନୋଟି କଣ୍ଟେନର୍ର ଚାବି ମଧ୍ୟ ପୋଲିସ ଜବତ କରି ଥାନାକୁ ଫେରି ଆସିଥିଲା । ଅର୍ଦ୍ଧରାତିରେ ଗୋରୁ ମାଫିଆ ଓ ପୋଲିସ ମଧ୍ୟରେ ଥାନା ଭିତରେ କଣ ଆଲୋଚନା ହୋଇଥିଲା ଥାନାରେ ଲାଗିଥିବା ସିସିଟିଭି ଫୁଟେଜ୍ରୁ ପ୍ରକୃତ ସତକଥା ଜଣାପଡିବ ବୋଲି ସାଧାରଣ ଲୋକେ କହୁଛନ୍ତି । ତେବେ ସକାଳ ବେଳକୁ କଣ୍ଟେନର୍ ଗୁଡିକ ଠିକଣା ଜାଗା ଅଭିମୁଖେ ଯାଇ ସାରିଥିଲେ । ଜିଲ୍ଲା ପୋଲିସ ମୁଖିଆ ଏଥିପ୍ରତି ଦୃଷ୍ଟିଦେଇ ଦୃଢ଼ ପଦକ୍ଷେପ ନେବା ସକାଶେ ଜନସାଧାରଣ ଦାବୀ ଜୋରଦାର ହେଉଛି । ଆଗାମି ଦିନରେ ଜନସାଧାରଣ ଲୋଇସିହା ପୋଲିସ ଵିରୁଦ୍ଧ ରେ ରାଜ ରାସ୍ତାକୁ ଓଲ୍ହାଇଵେ ଵୋଲି ଆଗଲପୁରଵ୍ଳକ ଓ ଲୋଇସିହାଵ୍ଳକ ର ଗ୍ରାମ ଵାସି ମାନେ ଦୃଢ଼ତା ର ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଆଗରେ ପ୍ରକାଶ କରିଥିଲେ। ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ
