Type Here to Get Search Results !

ଭକ୍ତ କରି ପାରିବେନି ଜଗା ଦର୍ଶନ

 

ପୁରୀ :-

ଭକ୍ତ ଙ୍କ କାଳିଆ ଦର୍ଶନ ପାଇଁ ଲାଗିଲା କଟକଣା। ୨୨ ଦିନ ପର୍ଯ୍ୟନ୍ତ ମିଳିବନି ଜଗା ଦର୍ଶନ। ଦିନ କୁ ଦିନ ବଢ଼ିବାରେ ଲାଗିଛି ରାଜ୍ୟରେ କୋରୋନା ଆକ୍ରାନ୍ତ ଙ୍କ ସଂଖ୍ୟା। ତେଣୁ ବିଭିନ୍ନ ଜିଲ୍ଲା ମାନଙ୍କରେ ବହୁ କାର୍ଯ୍ୟକ୍ରମ ଉପରେ ଧୀରେ ଧୀରେ ରୋକ୍ ଲାଗିବାକୁ ଲାଗିଛି। ସେହିପରି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଉପରେ ଆସନ୍ତା ୧୦ ତାରିଖରୁ ରୋକ୍ ଲଗା ଯାଇଛି। ଆସନ୍ତା ଜାନୁଆରୀ ୧୦ ତାରିଖ ରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ପ୍ରବେଶ କୁ ସମ୍ପୂର୍ଣ ରୂପେ ବାରଣ କରାଯାଇଛି। ୨୨ ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରି ପାରିବେନି ସର୍ବସାଧାରଣ । ଛତିଆ ନିଯୋଗ ଓ ପୁରୀ ମନ୍ଦିର ପ୍ରଶାସନ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗତକାଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆସନ୍ତା ସୋମବାର ଠାରୁ ଭକ୍ତଙ୍କୁ ଆଉ ଦର୍ଶନ ଦେବେନାହି କାଳିଆ ସାଆନ୍ତ। ଏନେଇ ଭକ୍ତ ମାନଙ୍କ ମଧ୍ୟରେ ନିରାଶା ସୃଷ୍ଟି ହୋଇଛି। ବ୍ୟୁରୋ ରିପୋର୍ଟ



Post a Comment

0 Comments
* Please Don't Spam Here. All the Comments are Reviewed by Admin.