ଲଖନପୁର / ଝାରସୁଗୁଡ଼ା :-
ଲଖନପୁର ଜେନେରାଲ ମେନେଜର ଅନିଲ କୁମାର ସିଂ ଙ୍କୁ ମିଳିଲା WCL ର ଡାଇରେକ୍ଟର ଟେକନିକାଳ ଦାୟିତ୍ଵ । ଝାରସୁଗୁଡା ଜିଲ୍ଲା ଲଖନପୁର ଜିଏମ ଅଫିସ ରେ ତିନିବର୍ଷ ଧରି ଦାୟିତ୍ଵ ତୁଲାଇ ଥିବା ଅନିଲ କୁମାର ସିଂ ଙ୍କ ରିଜଲ୍ଟ ଆସିବାରୁ ଉତୀର୍ଣ୍ଣ ହୋଇ ଥିବା ଶୁଣି ଲଖନପୁର କୋଇଲl ଖଣି ରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଓ ୟୁନିଅନ କର୍ମ କର୍ତା ମାନେ ଜିଏମ ଙ୍କ କାର୍ଯାଳୟ କୁ ଆସି ବିଶିଷ୍ଟ ବ୍ୟକ୍ତି ତାଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି। ଲଖନପୁର ଏରିଆ ବଡ ପ୍ରୋଜେକ୍ଟ କୁ ତିନି ବର୍ଷ ଚଳେଇ ଓ ଲଖନପୁର କୋଇଲା ଖଣିକୁ ଆଗକୁ ନେବାର ତାଙ୍କର ବିଶେଷ ଅବଦାନ ରହିଆସିଛ। ଝାରସୁଗୁଡା ବନ୍ଧବହାଲ ରୁ ସମୀର ଙ୍କ ରିପୋର୍ଟ
