ବ୍ରଜରାଜନଗର :-
ପଡିଶା ଘର ଲୋକ ହୋଇ ଦେଲା ବିଶ୍ୱାସ ରେ ବିଷ। ମାତ୍ର ୫ ବର୍ଷର ଝିଅକୁ ଅସଦାଚରଣ ଉଦ୍ୟମ କରି ବନ୍ଧା ହେଲା। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅଂଚଳରେ ଏଭଳି ଏକ ଜଘନ୍ୟ ମାମଲା ସାମନାକୁ ଆସିଛି। ପଡୋଶୀ ହୋଇ ଜଣେ ବ୍ୟକ୍ତି ମାତ୍ର ୫ ବର୍ଷ ର ଝିଅ କୁ ଅସଦାଚରଣ କରିଥିବା ଅଭିଯୋଗ ଆଣିଛନ୍ତି ପୀଡ଼ିତା ଝିଅ ର ବାପା ମା। ଏହାକୁ ଆଧାର କରି ବ୍ରଜରାଜନଗର ଥାନାରେ କେଶ ନମ୍ୱର୍ ୨୭/୨୨ ଦଫା ୩୭୬( ଏବି) ପୋକ୍ସୋ ଏକ୍ଟ ଅନୁଯାୟୀ ଏକ ମାମଲା ହେବା ସହ ଆଜି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି। ଘଟଣା ଅନୁସାରେ ଅଭିଯୁକ୍ତ ଓ ପୀଡ଼ିତା ଦୁଇ ପଡୋଶୀ ଥିବାବେଳେ ଏହାର ଫାଇଦା ଉଠାଇ ଘରେ କେହି ନଥିବା ସୁଯୋଗ ନେଇ ଘରେ ପଶି ପୀଡ଼ିତା ଙ୍କୁ ବଳାତ୍କାର ଉଦ୍ୟମ କରିଥିଲା ଅଭିଯୁକ୍ତ। ତେବେ ଝିଅର କାନ୍ଦ ଶୁଣି ଝିଅ ର ବାପା ଓ ମା ଆସି ପହଞ୍ଚିବା ପରେ ଅଭିଯୁକ୍ତ ଫେରାର ହୋଇଥିଲା। ଝିଅ ଠାରୁ ସବୁ କଥା ଶୁଣି ଏ ନେଇ ବ୍ରଜରାଜନଗର ରେ ଏ ନେଇ ଝିଅ ର ବାପା ଓ ମା ଅଭିଯୋଗ କରିଥିଲେ। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡଙ୍ଗା ଙ୍କ ରିପୋର୍ଟ
