Type Here to Get Search Results !

ବଲାଙ୍ଗୀର ଜିଲ୍ଲାରେ ଧାନକିଣା ଦୁର୍ନୀତି,୨ ପେକ୍ସ ସଂପାଦକ ନିଲମ୍ବିତ


ବଲାଙ୍ଗୀର :-

ବଲାଙ୍ଗୀର ଜିଲ୍ଲାରେ ଚଳିତବର୍ଷ ଧାନକିଣାରେ ବହୁଗୁଡିଏ ପେକ୍ସରେ ଅନୀୟମିତତା କରାଯାଉଥିବା ଅଭିଯୋଗ ହୋଇଛି । ସେଥିମଧ୍ୟରେ ପୁଇଁତଳା ବ୍ଲକ ଓ ଲୋଇସିଂହା ବ୍ଲକ ଆଗଲପୁରଵ୍ଳକ, ଦେଓଗାଁ ଵ୍ଳକ, ଗୁଡଭେଲା ଵ୍ଳକ ଅଞ୍ଚଳର ପେକ୍ସ ରହିଛି । ତେବେ ପ୍ରଶାସନ ତଦନ୍ତ କରି ଦୁଇଜଣ ପେକ୍ସ ସଂପାଦକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛି । ସମବାୟ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟରୁ ଜଣାଯାଇଛି ଯେ,ଲୋଇସିଂହା ବ୍ଲକର ବୁର୍ଡା ପେକ୍ସରେ ସଂପାଦକ ଥିବା ସୁଦାମଚରଣ ସାହୁ ଓ ଆଗଲପୁର ବ୍ଲକର ମୁର୍ଷୁଣ୍ଢି ପେକ୍ସର ସଂପାଦକ ପର୍ଶୁରାମ ସେଠଙ୍କୁ ଗତକାଲି ନିଳମ୍ବିତ କରାଯାଇଛି । ଉଭୟ ପେକ୍ସରେ ଧାନ ନଥାଇ ଧାନବିକ୍ରି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଉପରେ ବଲାଙ୍ଗୀର ଯୋଗାଣବିଭାଗର ସହକାରୀ ଯୋଗାଣ ଅଧିକାରୀ ତଦନ୍ତ କରି ରିପୋର୍ଟ ଦେଇଥିଲେ । ସେହି ରିପୋର୍ଟକୁ ଆଧାରକରି ବଲାଙ୍ଗୀର ସମବାୟ ବିଭାଗର ସହକାରୀ ନିବନ୍ଧକ ପ୍ରଭାକର ନାୟକ ଉଭୟ ସଂପାଦକଙ୍କୁ ନିଳମ୍ବିତ କରିଛନ୍ତି ।  ସୁଦାମ ସାହୁ ବୁର୍ଡା ଓ ଲୋଇସିଂହା ପେକ୍ସର ସଂପାଦକ ଦାୟୀତ୍ୱରେ ଥିଲେ । ଗତବର୍ଷ ମଧ୍ୟ ବଲାଙ୍ଗୀର ଜିଲ୍ଲାରେ ଅନେକଗୁଡିଏ ପେକ୍ସ ସଂପାଦକ ଅନୀୟମିତତା କରି ନିଳମ୍ବିତ ହୋଇଥିଲେ । ଚଳିତବର୍ଷ ମଧ୍ୟ ପୁଇଁତଳା ବ୍ଲକର ପୁଇଁତଳା,ମଳମଣ୍ଡା,ବୁବେଲ, ପେକ୍ସରେ ବ୍ୟାପ ଅନୀୟମିତତା କରୁଥିବା ଅଭିଯୋଗ ହୋଇଛି । ଆଗଲପୁରଵ୍ଳକ ର ଭରସୁଜାପେକ୍ସ, ରୋତପେକ୍ସ,ଡୁଡୁକା ପେକ୍ସ, ଵେନ୍ଦ୍ରାପେକ୍ସ,ଵକଟି ପେକ୍ସ ,ର ମଧ୍ୟ ସମାନ ଅଵସ୍ଥା ,ଲୋଇସିହା ଵ୍ଳକର ମାଗୁରଵେଡାପେକ୍ସ ରେଙ୍ଗାଲି ପେକ୍ସ ଭୁଣ୍ଡିମୁହାଣ ପେକ୍ସ, ଝାଙ୍କର ପାଲି ପେକ୍ସ, ସଦେଇପାଲିପେକ୍ସ, ମଧ୍ୟ ସମାନ ଅଵସ୍ଥା ଓ ଦେଓଗାଁ ଵ୍ଳକ ଵିଭିନ୍ ପେକ୍ସ ର ଓ ଗୁଡଭେଲା ର ଵିଭିନ୍ ପେକ୍ସ ରେ ମଧ୍ୟ ସମାନ ଆଵସ୍ତା କିନ୍ତୁ ଜାଣିସୁଣି ସମବାୟ ବିଭାଗ ଓ ଯୋଗାଣ ବିଭାଗର ଅଧିକାରୀମାନେ ଏହାର ଉଚିତ ତଦନ୍ତ ନକରି ଅନୁଗ୍ରହ ଦେଖାଉଥିବା ଵାରମ୍ଵାର ଅଭିଯୋଗ ହୋଇଛି । ଠିକ ସେହିପରି ଭଦ୍ରାପାଲିସ୍ଥିତ ମିନର୍ଭା ରାଇସମିଲକୁ ରାତିରେ ବେପାରି ଧାନ ପଶୁଥିବା ନେଇ ଅଭିଯୋଗ ହୋଇଛି ଓ ଏହାର ଭିଡିଓଚିତ୍ର ମଧ୍ୟ ଗଣମାଧ୍ୟମରେ ପ୍ରସାରିତ ହୋଇଛି । କିନ୍ତୁ ପ୍ରଶାସନ ଏହି ଘଟଣାର ତଦନ୍ତ ନକରି କେବଳ ବାହାନା କରି ତଦନ୍ତ କମିଟି ଗଠନ କରିଥିବବା କହୁଛନ୍ତି । ଜିଲ୍ଲା ମୁଖ୍ୟଯୋଗାଣ ଅଧିକାରୀ ମିରରାଜା ଅଲ୍ଲୀ ଏନେଇ ଏକ ଯୁଗ୍ମତଦନ୍ତ କରାଯିବାକୁ ନିର୍ଦ୍ଦେଶ କରାଯାଇଛି ବୋଲି କହିଛନ୍ତି । କିନ୍ତୁ ଦେଖାଯାଇଛି ଯେ, ପୁଇଁତଳା ବ୍ଲକଅଞ୍ଚଳର ପେକ୍ସଗୁଡିକରେ ବ୍ୟାପ ଋଣଜାଲିଆତି କରାଯାଇଥିବା କୃଷକ ସଂଘର୍ଷ ସମିତି ଅଭିଯୋଗ କରିଥିଲା ଓ ସମବାୟ ବ୍ୟାଙ୍କକୁ ଘେରାଉ କରିଥିଲା । ଏହାର ତଦନ୍ତ କରିବାକୁ ସମବାୟ ବିଭାଗ ନୀରିକ୍ଷକ ରବିନ୍ଦ୍ର ପଣ୍ଡାଙ୍କୁ ଦାୟୀତ୍ୱ ଦିଆଯାଇଥିଲା । କିନ୍ତୁ ଦୀର୍ଘ ୪ମାସ ପରେ ମଧ୍ୟ ତଦନ୍ତ ଆରମ୍ଭ ହୋଇନାହିଁ । ପ୍ରଶାସନିକ ଅଧିକାରୀ ବଡଫିକ୍ସିଂକରି ତଦନ୍ତକୁ ଟାଳି ଦେଉଥିବା ଅଭିଯୋଗ ହୋଇଛି । ଠିକ ସେହିପରି ବଲାଙ୍ଗୀର ଜିଲ୍ଲାରେ ଵିଭିନ୍ ପେକ୍ସରେ ସିସିଟିଭି ଅଚଳ କରିଦେଇ ଧାନକିଣା ଦୁର୍ନିତୀ କରାଯାଇଥିବା ଅଭିଯୋଗ ହୋଇଥିଲା । ବୁବେଲ ପେକ୍ସରେ ରେକର୍ଡ ଠିକରେ ଲେଖାଯାଇନଥିବା ନିଜେ ଏସସଏସଓ ଦେଖିଥିଲେ । ,ପୁଇଁତଳା,ମଳମଣ୍ଡା, ଵୁବେଳ, ଇତ୍ୟାଦି ପେକ୍ସରେ ଚାଷିଙ୍କ ସୁଖିଲାଧାନରେ ମଧ୍ୟ ୪ କିଲୋ କଟନୀ କରୁଥିବା ଅଭିଯୋଗ ହୋଇଛି । କିନ୍ତୁ ସେହି ଘଟଣାର ମଧ୍ୟ ରିପୋର୍ଟ କରାଗଲା ନାହିଁ । ମୋଟରେ ପ୍ରଶାସନିକ ଅଧିକାରୀମାନଙ୍କ ସହଯୋଗରେ ହିଁ ଧାନକିଣା ଦୁର୍ନିର୍ତୀ ହେଉଥିବା ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ାକଡ଼ି ପଦକ୍ଷେପ ଗ୍ରହଣ କରିବା ପାଇଁ ବଲାଙ୍ଗୀର ଜିଲ୍ଲାରେଚାଷୀ ମାନେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଜରିଆରେ ନିଵେଦନ ଜଣାଇଛନ୍ତି।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.