ବଲାଙ୍ଗିର :-
ବଲାଙ୍ଗିର ଜିଲ୍ଲାର ବିଶିଷ୍ଟ କ୍ରୀଡା ସଂଗଠକ ତଥା ସମାଜସେବୀ ସୁମନ୍ତ ଭୋଇଙ୍କ ଗତକାଲି ବିଲମ୍ୱିତ ରାତିରେ ହୃଦଘାତ ଯୋଗୁଁ ପରଲୋକ ହୋଇଛି । ନିଜର ମିଷ୍ଟଭାଷୀ ଏବଂ ଶାନ୍ତଶିଷ୍ଟ ସ୍ୱଭାବ ଯୋଗୁଁ ସେ ଥିଲେ ସମସ୍ତଙ୍କର ପ୍ରିୟ ସୁମନ୍ତ ଦାଦା । ବଲାଙ୍ଗିର ମାଟି ଆଜି ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଛି । ଅସମୟରେ ତାଙ୍କର ଏପରି ବିୟୋଗ ଯୋଗୁଁ ସାରା ବଲାଙ୍ଗୀର ସହର ଭିତରେ ଶୋକର ଛାୟା ଖେଲିଯାଇଛି । ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।
