କଟକ :-
କଟକରେ ପୁଣି ନକଲି ଟମାଟୋ ସସ ଜବତ | ପଚା କଖାରୁ ଓ ଆଳୁରେ ତିଆରି କରାଯାଉଥିଲା ଟମାଟୋ ସସ | ମାଲଗୋଦାମରେ ଚଢାଉ କରି କଟକ ଅର୍ବାନ ପୋଲିସର ଟିମ୍ ୫୦ ପେଟି ଅପମିଶ୍ରିତ ଟମାଟୋ ସସ୍ , ୪୭ ପେଟି ଅପମିଶ୍ରିତ ଲଙ୍କା ସସ୍ , ୨୬ ପେଟି ଭିନେଗାର ଏବଂ ୧୫୦୦ ଲିଟର କଖାରୁ ଜୁସ, ରଙ୍ଗ, ଏସିଟିକ୍ ଏସିଡ୍ ଇତ୍ୟାଦି ଜବତ କରିଛି । ଏହି ସଂସ୍ଥା ରେ ବହୁଦିନ ଧରି ଏଭଳି ନକଲି ସସ୍ ତିଆରି ହେଉଥିବା ଅଭିଯୋଗ ପାଇ ଆଜି ଅର୍ବାନ ପୋଲିସ ପକ୍ଷରୁ ଚଢାଉ ହୋଇଥିଲା ଏବଂ ବହୁ ପରିମାଣର ଅପମିଶ୍ରିତ ସସ୍ ଜବତ୍ ହେବା ସହ ଏହି ସଂସ୍ଥା ବିରୋଧରେ ମାମଲା ରୁଜୁ କରାଯାଇଛି। କଟକରୁ ପ୍ରକାଶ ସ୍ୱାଇଁ ଙ୍କ ରିପୋର୍ଟ
