ବଲାଙ୍ଗିର :-
ଦେଶପ୍ରେମ, ବୀରତ୍ବ ଓ ସାହସିକତାର ଉଦାହରଣ ଧରମ ସିଂ ମାଝୀ ମାନ୍ଧାତା । ଯେ କି ବଲାଙ୍ଗୀରର ପ୍ରଥମ ସ୍ବାଧୀନତା ସଂଗ୍ରାମୀ । ଜଣେ ଦକ୍ଷ୍ୟ ଯୋଦ୍ଧା ସହ ଅପାର ସାହାସରେ ସେ ଥିଲେ ଧନୀ । ଏବଂ ଭାରତର ସିପାହୀ ବିଦ୍ରୋହ ପିର୍ବରୁ ହୋଇଥିବା ଘୁମସର କନ୍ଧ ମେଳିର ସେ ଥିଲେ ଜଣେ ଟାଣୁଆ ଯୋଦ୍ଧା । କିନ୍ତୁ ଆଜି ତାଙ୍କୁ କରାଯାଉଛି ଉପେକ୍ଷା ବଲାଙ୍ଗୀର: ଜିଲ୍ଲାର ପ୍ରଥମ ସ୍ବାଧୀନତା ସଂଗ୍ରାମୀଙ୍କୁ ଉପେକ୍ଷା । ଆଜିବି ତାଙ୍କୁ ଇତିହାସରେ ମିଳିଲାନି ସ୍ଥାନ। ଆମେ କହୁଛୁ ବଲାଙ୍ଗୀର ଆଠଗାଁର ଜମିନ ଦାର ସ୍ବର୍ଗତ ଧରମ ସିଂ ମାଝୀ ମାନ୍ଧାତାଙ୍କ କଥା । ଏବେକାର ବଲାଙ୍ଗୀର ସେତେବେଳେ ପାଟଣା ରାଜ୍ୟ କୁହାଯାଉଥିବା ବେଲେ ଧରମ ସିଂହ ମାଝୀ ମାନ୍ଧାତା ଆଠଗାଁର ଜମିଦାର ଥିଲେ। ସେ ଜଣେ ଦକ୍ଷ୍ୟ ଯୋଦ୍ଧା ଥିବାବେଳେ ଅପାର ସାହାସରେ ସେ ଥିଲେ ଧନୀ । ଭାରତର ସିପାହୀ ବିଦ୍ରୋହ ପୂର୍ବରୁ ହୋଇଥିବା କନ୍ଧ ମେଳିର ସେ ଜଣେ ଆଗୁଆ ଯୋଦ୍ଧା ଥିଲେ।
ସେହି ସମୟରେ ଅର୍ଥାତ 1853 ମସିହାରେ କନ୍ଧ ନେତା ଚକ୍ର ବିଶୋଇ ଇଂରେଜ ବିରୋଧରେ ଲଢେଇ କରୁଥିଲେ। ଘୁମସର କନ୍ଧ ଆନ୍ଦୋଳନ ଆଜିବି ଇତିହାସରେ ଲିପିବଦ୍ଧ ହୋଇ ରହିଛି। ସେହି ସମୟରେ ଚକ୍ର ବିଶୋଇ ଙ୍କୁ ଇଂରେଜ ମାରିବା ପାଇଁ ଅନେକ ଷଡଯନ୍ତ୍ର କରିଥିଲେ। ଏହା ପରେ ଚକ୍ର ବିଶୋଇ ବଲାଙ୍ଗୀରର ଭୀମ ପାହାଡ ଓ ଆଠଗାଁ ଅଞ୍ଚଳରେ ରହି ଆସୁଥିଲେ। ଏହି ସମୟରେ ଆଠଗାଁ ଜାମିନଦାର ଧରମ ସିଂହ ମାଝୀ ମାନ୍ଧାତା ଆଶ୍ରୟ ଦେଇ ନିଜେ ମଧ୍ୟ କନ୍ଧ ମେଳିରେ ସାମିଲ ହୋଇ ଇଂରେଜ ମାନଙ୍କ ବିରୋଧରେ ଲଢେଇ ଆରମ୍ଭ କରିଥିଲେ।
ଯାହାପରେ କନ୍ଧ ମେଳିକୁ ବନ୍ଦ କରିବା ପାଇଁ ନିଯୁକ୍ତ ଥିବା ଇଂରେଜ ଅଧିକାରୀ ଆର ଏ ମେକ ଡନାଲଡ଼ ସୈନ୍ୟ ପଠାଇ ଜମିନଦାରଙ୍କୁ ଗିରଫ କରିଥିଲେ । ତେବେ ସେହି ଦିନ ଠାରୁ ତାଙ୍କର ଆଉ ପତ୍ତା ମିଳି ନ ଥିଲା । ତେବେ ସେ ସମୟରେ ଏହି ଧରମ ସିଂହ ମାଝୀ ମାନ୍ଧାତା ତାଙ୍କ ଅଞ୍ଚଳ ପାଇଁ ଅନେକ ବିକାଶ ମୂଳକ କାମ କରିଥିବା ବେଳେ ତାଙ୍କ ଦ୍ୱାରା ସ୍ଥାପିତ 1800 ମସିହାର ସ୍କୁଲ ଏବେବି ରହିଛି । ସେହିପରି ତାଙ୍କର ଘର, ମନ୍ଦିର ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ସେତେବେଳର ଇତିହାସ ନିଜ ଭିତରେ ସାଇତି ରଖିଛି । ଏହାର ପୁନରୁଦ୍ଧାର ନ ହେଲେ ତାହା ଅଧ୍ୟ ଆଗକୁ ମାଟିରେ ମିଶି ଯିବ ଓ ଜଣେ ସଂଗ୍ରାମୀଙ୍କ ଗାଥା ସବୁଦିନ ପାଇଁ ଲିଭି ଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ତେବେ 1800 ମସିହାରେ ଏହି ଜାମିନଦାର ଧରମ ସିଂହ ମାଝୀ ଯୁଦ୍ଧରେ ପଡୋଶୀ ରାଜ୍ୟ ପଦ୍ମପୁରର ଜାମିନଦାରକୁ ହରାଇ ଥିବାରୁ ତାଙ୍କୁ ସେ ସମୟର ପାଟଣା ମହାରାଜ ଭୋପାଳ ଦେଓ ମାନ୍ଧାତା ଉପାଧି ଦେଇଥିଲେ। ସେ ସମୟର ପାଟଣା ରାଜ୍ୟ ଇଂରେଜ ମାନଙ୍କର ଗୋଟିଏ ପ୍ରିନ୍ସଲି ରାଜ୍ୟ ଭାବରେ ପରିଗଣିତ ହୋଉ ଥିଲା । ଏବଂ ଏଠିକାର ମାହାରାଜ ପ୍ରଥମେ ମରାଠାଙ୍କ ଅଧୀନରେ ଥିବା ବେଳେ 1803 ମସିହାରେ ଇଂରେଜ ମାନଙ୍କ ଅଧୀନରେ ରହି ଆସୁଥିଲେ। ଜମି କର ଓ ଇଂରେଜ ଙ୍କ ଅତ୍ୟାଚାର ବିରୋଧରେ ସିପାହୀ ବିଦ୍ରୋହ ପୂର୍ବରୁ ଏହି ଅଞ୍ଚଳରେ କନ୍ଧ ଆନ୍ଦୋଳନ ହୋଇଥିଲା।
ଜିଲ୍ଲାର ଆଠଗାଁ ଜାମିନଦାର ଧରମ ସିଂହ ମାଝୀ ଏଥିରେ ସାମୀଲ ହୋଇ ଇଂରେଜ ବିରୋଧରେ ଲଢ଼ି ଜେଲ ଯାଇଥିଲେ। । ହେଲେ ତାଙ୍କର ଏହି ବିର ଗାଥା କେବଳ ପାଟଣା ଗେଜେଟ ରେ ଲିପିବଦ୍ଧ ଥିବା ବେଲେ ଭାରତ ଇତିହାରେ ଏହା ସ୍ଥାଣିତ ହୋଇ ପାରି ନାହିଁ। ତେବେ ଏଠିକାର ଲୋକ କିନ୍ତୁ ତାଙ୍କ ବିର ଗାଥା କୁ ମନେ ପକାଇ ବିଭିନ୍ନ କାର୍ଯ୍ୟକ୍ରମ କରି ଆସୁଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ଏହି ଘଟଣା ବଳିକୁ ଉପସ୍ଥାପିତ କରି ହକ ପାଇଁ ଲଢେଇ ମଧ୍ୟ କରିଛନ୍ତି । କିନ୍ତୁ ଏଯାଏଁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ତାଙ୍କ କଥାକୁ ଶୁଣି ନ ଥିବା ବେଳେ ସେ ସମୟରେ ମୁକ ସାକ୍ଷୀ ପାଲଟିଥିବା ଜମିନଦାରଙ୍କ ଘର ଇତ୍ୟାଦିକୁ ମଧ୍ୟ ପୁନରୁଦ୍ଧାର ପାଇଁ କୌଣସି ବିଶେଷ ପଦକ୍ଷେପ ନେଇ ନାହାନ୍ତି । ଜଣେ ସଂଗ୍ରାମୀ ଯିଏ ଇଂରେଜ ବିରୋଧରେ ଲଢେଇ କରିଥିଲେ ତାଙ୍କୁ କାହିଁକି ଜଣେ ସ୍ବାଧୀନତା ସଂଗ୍ରାମୀର ର ମାନ୍ୟତା ମିଳିଲା ନାହିଁ। କାହିଁକି ଇତିହାସରେ ତାଙ୍କର ଗାଥା ବର୍ଣ୍ଣିତ ହେଲା ନାହିଁ ତାକୁ ନେଇ ଅନେକ ପ୍ରଶ୍ନ ଉଠି ଥିବା ବେଳେ ତାଙ୍କୁ ଏସବୁ ମାନ୍ୟତା ଦିଆ ଯିବାର ଦାବି ହୋଇଛି।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।
