ଜୁନାଗଡ଼ :-
ଜୁନାଗଡ଼ ବ୍ଲକ ଦୁଂଦେଲ ମାଲ ପଂଚାୟତ ର ଅପହଁଚ ଯାଗା ଦୁଂଡା ଓ ଉପର ଦୁଂଡା ଜୁନାଗଡ଼ ବିଡିଓ ଦୁଲାରାମ ମାରାନଡି, ଏଇ ଗୋବିନ୍ଦ ବଲ୍ଲଭ ମହାରଣା, ଜିପିଓ ରାଜେଂଦର କୁମାର ଭୋଇ, ବିଏସସୋ ତୁସାର ରଂଜନ ସାହୁ, ଡବଲୁଇଓ ସୁମନ୍ତ କୁମାର ମାଝୀ, ସରପଞ୍ଚ ତିରିଭୁବନ ପଂଡା,ପିଓ ମହାଦେବ ସୁନାନୀ,ଜିଆର ଏସ କେଦାର ନାଥ ସାହୁ ଯାଇ ଦୁଂଡା ର ଲୋକ ମାନଙ୍କ ଦୁଃଖ ସୁଖ ବୁଝିଥିଲେ। ଜୁନାଗଡ଼ ବିଡିଓ ପାଣି, ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ ଯୋର ଦେଇଥିଲେ। ନୂତନ ଭତା ପାଇଁ ଫର୍ମ ସଂଗ୍ରହ କରିଥିଲେ। ରାସ୍ତା ଘାଟ କଥା ବୁଝିଥିଲେ। ଦୁଂଡା କୁ ଜୁନାଗଡ଼ ପଟୁ ଯିବାପାଇଁ ପାହାଡ ଚଢି ଯିବାକୁ ପଢିବ। ଭବାନିପାଟଣା ଆଡୁ ଗଲେ ସତୁରୀ କିଲୋ ମିଟର ପଡିବ । ଏପରି ଦୁର୍ଗମ ଅଞ୍ଚଳକୁ ଯାଇ ସରକାରୀ କର୍ମଚାରୀ ମାନେ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।
ଜୁନାଗଡ଼ ରୁ ବିମଳ ଚନ୍ଦ୍ର ଶତପଥୀ ଙ୍କ ରିପୋର୍ଟ
