ଜୁନାଗଡ଼ :-
ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବୁଢିଦର ପଂଚାୟତ , ରାଜପୁର ପଂଚାୟତ ତଥା ଅନେକ ଅଞ୍ଚଳରେ ଆଜି ବର୍ଷା ସାଙ୍ଗକୁ କୁଆ ପଥର ମାଡ଼ ହୋଇଛି। ଅଦିନିଆ ବର୍ଷା ଆଜି ଦିନ ତମାମ ଲାଗି ରହିଥିଲା। ବର୍ଷା ସାଂଗକୁ କୁଆପଥର ମାଡ ଏବେ ଚାଷୀଙ୍କ ପାଇଁ ଏକ ବଡ଼ ସମସ୍ୟା ଆଣିଦେଇଛି। କୁଆ ପଥର ମାଡ଼ ଦ୍ଵାରା କାଂଦୁଲ ଚାଷ ଓ ଅନ୍ୟାନ୍ୟ ପନିପରିବା ନଷ୍ଟ ହେବା ଆଶଙ୍କା ରହିଛି ବୋଲି ଚାଷୀମାନେ କହିଛନ୍ତି। ବର୍ଷ କର ଅମଳ ହୋଇଥିବା ଧାନ ଏବେ ବି ପଡ଼ି ରହିଛି ବିଭିନ୍ନ ସମବାୟ ସମ୍ମୁଖରେ। ଜରି ପାଲ ଦ୍ଵାରା ସିନା ସେସବୁକୁ ଆଚ୍ଛାଦିତ କରିହେବ, କିନ୍ତୁ କୁଆପଥର ମାଡ ରୁ ରକ୍ଷା କରିବା ଏକ ପ୍ରକାରର ଅସମ୍ଭବ। ତେଣୁ କୃଷକ ମାନେ ଏହାର କ୍ଷତି ପୂରଣ ପାଇଁ ଗୁହାରି କରିଛନ୍ତି। କଳାହାଣ୍ଡି ଜୁନାଗଡ଼ ରୁ ବିମଳ ଚନ୍ଦ୍ର ଶତପଥୀ ଙ୍କ ରିପୋର୍ଟ
