ଜଗତସିଂହପୁର :-
ସରକାରୀ ଜମିକୁ ଜବର ଦଖଲ କରିବାକୁ କେନ୍ଦ୍ରକରି ସମାଜ ସେବୀଙ୍କ ତହସିଲରେ ଅଭିଯୋଗ l ସୂଚନାମୁତାବକ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଜାମୁଗାଁ ପଂଚାୟତ ର କଣ୍ଟୁଣିଆ ହାଟ ନିକଟରେ ଥିବା ଏକ ଗୋଚର ଜମି କୁ ଅରୁଣ ପାତ୍ର ନାମକ ଜଣେ ବ୍ୟକ୍ତି ଜୋର ଜବରଦସ୍ତ ଭାବେ ପକା ଘର ନିର୍ମାଣ କରିବାକୁ ବିରୋଧ କରି ସେହି ପଂଚାୟତ ର ଯୁବ ସମାଜ ସେବୀ ଦିଲୀପ କୁମାର ପାଢ଼ୀ ନାଉଗାଁ ତହସିଲଦାର ଙ୍କ ନିକଟରେ ଏକ ଅଭିଯୋଗ ପତ୍ର ଦେଇଥିଲେ ହେଲେ ଏହାର ସୁଫଳ କିଛି ହୋଇ ନଥିଲା l ଉକ୍ତ ବ୍ୟକ୍ତି ଜଣକ ତାଙ୍କ ର ପକା ଘର ନିର୍ମାଣ ଚାଲୁ ରଖିଥିଲେ ଏହାକୁ ଦିଲୀପ ପାଢ଼ୀ ବିରୋଧ କରିବାରୁ ଉକ୍ତ ବେକ୍ତି ଜଣକ ଦିଲୀପ ଙ୍କୁ ଅସିଳ ଭାଷରେ ଗାଳି ଗୁଲଜ କରିବା ସହିତ ତହସିଲ କର୍ମ ଚାରି ଙ୍କ ସମୁଖରେ ଆକ୍ରମଣ କରିଥିଲେ l ଶେଷରେ ଦିଲୀପ ପାଢ଼ୀ ଆଜି ଆଉ ଏକ ଦାବିପତ୍ର ନାଉଗାଁ ତାହିସିଲି ଦେଇଥିବା ଦେଖା ଯାଇଛି l ଯେଉଁଥିରେ ଉଦିଷ୍ଟ ଅଛି ଯଦି ଆଗାମୀ ଦିନରେ ସେହି ବେଆଇନ ଗୃହ ନିର୍ମାଣ କୁ ବନ୍ଦ କରାନଯାଏ ସେ ତହସିଲ ସମୁଖରେ ଆମରଣ ଅନଶନ ରେ ବସିବେ ବୋଲି ଚେତାବନୀ ଦେଇଥିବା ଦେଖାଯାଇଛି l ଜଗତସିଂହପୁର ରୁ ସତ୍ୟବ୍ରତ ସାମଲ ଙ୍କ ରିପୋର୍ଟ
