ବଲାଙ୍ଗିର :-
ବଲାଙ୍ଗିର ଜିଲ୍ଲାର ଦେଓଗାଁ ଵ୍ଳକ କୂଳତା ପଡା ପଞ୍ଚାୟତର ଖଇର ଗୁଡ଼ାର ବଡ଼ଖଳା ଓ ସାନଖଳା ଠାରେ ପୁଣି ରକ୍ତରଞ୍ଜିତ ହେଲା ଶୁଲିଆ ମାଟି।ପାରମ୍ପରିକ ରୀତିନୀତି ଅନୁସାରେ ପୁଣି ପଡିଲା ହଜାର ହଜାର ପଶୁ ବଳି। ସୂଚନା ଅନୁଯାୟୀ ଦେଓଗାଁ ବ୍ଲକର ଖଇରଗୁଡ଼ା ଗ୍ରାମର ବଡ଼ଖଳା ଓ ସାନଖଳାରେ କାହିଁ କେଉଁ ପୂର୍ବ କାଳରୁ ଚାଲି ଆସୁଛି ଏହି ଯାତ୍ରା। ପ୍ରତିବର୍ଷ ପୌଷମାସ ଶୁକ୍ଳ ପକ୍ଷର ପ୍ରଥମ ମଙ୍ଗଳବାର ଦିନ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ତେବେ ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ଗୋଟିଏ ଧଳା ଗଞ୍ଜା ଓ ପରେ ଛେଳି ବଳି ଦିଆଯାଇଥିଲା। ପରେ ଭକ୍ତମାନେ ମାନସିକ କରି ଆଣିଥିବା ଛେଳି, ମେଣ୍ଢା, କୁକୁଡ଼ା, ପାରା ସହ ପୋଢ଼ ବଳି ଦିଆଯାଇଥିଲା। ଦିନ ତମାମ ଏହି ବଳିଯାତ୍ରା ଚାଲିଥିଲା। ଏହି ଯାତ୍ରାକୁ ବଲାଙ୍ଗିର ଜିଲ୍ଲା ସହ କଳାହାଣ୍ଡିର, ନୂଆପଡା,ବରଗଡ଼, ସୋନପୁର, ବୌଦ୍ଧ ସହ ଝାରଖଣ୍ଡ ରାଜ୍ୟରୁ ମାନସିକ ଧାରୀ ମାନେ କରିଥିବା ଏହି ସୁଲିଆ ପୀଠ କୁ ଭକ୍ତ ଆସିଥାନ୍ତି।କୋଭିଡ କଟକଣାକୁ ଆଖିଆଗରରେ ରଖି ୪ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୨ ଜଣ ପୋଲିସ ଅଧିକାରୀ ମୁତୟନ କରାଯାଇ ଥିବା ବଲାଙ୍ଗୀର ଏସ୍ ଡି ପି ଓ ତୁଫାନ ବାଗ ସୂଚନା ଦେଇଛନ୍ତି lନିଜେ ମଧ୍ୟ ସୁଳିଆ ପିଠରେ ରହି ସ୍ଥିତି ଅନୁଧ୍ୟାନ କରୁଥିଲେ।ମାନସିକ ଧାରି ମାନେ ଝିପି ଝିପି ଵର୍ଷା ହେଉଥିଲେ ମଧ୍ୟ ପ୍ରଵଳ ଭିଡ ପରିଲକ୍ଷିତ ହୋଇଥିଲା।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।
