Type Here to Get Search Results !

୯ ଗୁଣ ବଢିବ ଇ ପି ଏଫ୍ ଓ ପେନସନ: ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର

 

ନୂଆଦିଲ୍ଲୀ :-

EPFO ପେନସନ ଭୋଗୀଙ୍କ ପାଇଁ ଆସୁଛି ଏକ ଖୁସି ଖବର। ସେମାନଙ୍କ ପେନସନ କୁ ୯ ଗୁଣ ବଢ଼ାଇବାକୁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର। ଏନେଇ ଏକ ଷ୍ଟାଣ୍ଡିଂ କମିଟି ଗଠନ କରିବା ପ୍ରସ୍ତାବ ରଖିଛନ୍ତି। 

କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଫେବୃଆରୀ ମାସରେ ହେବାକୁଥିବା ବୈଠକ ରେ ଏହାକୁ ଉପସ୍ଥାପନ କରିବା ପାଇଁ ବିଚାର ବିମର୍ଶ ଆରମ୍ଭ କରିଛନ୍ତି। ଏହାର ରିପୋର୍ଟ ଆଧାରରେ ସମସ୍ତ EPFO ପେନସନ ଙ୍କୁ କେନ୍ଦ୍ର ସରକାର ଙ୍କ ଦ୍ଵାରା ୯ ଗୁଣା ଅଧିକ ପେନସନ ମିଳିବ ବୋଲି ଖବର ଆସିଛି। 

ଏଠାରେ କହି ରଖୁଛୁ, ଦୀର୍ଘ ଦିନ ଧରି ପେନସନ ଭୋଗି ମାନେ ସର୍ବନିମ୍ନ ପେନସନ ବୃଦ୍ଧି କୁ ନେଇ ଦାବି କରି ଆସୁଛନ୍ତି। ଏହାକୁ ନେଇ କେନ୍ଦ୍ର ଶ୍ରମ ବିଭାଗ ଏଭଳି ପଦକ୍ଷେପ ନେବାକୁ ଚେଷ୍ଟା କରୁଛନ୍ତି।

ବ୍ୟୁରୋ ରିପୋର୍ଟ


Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.