Type Here to Get Search Results !

ପୋଲିସର ଆଦିବାସୀମାନଙ୍କ ହକ ଅଧିକାର ସଂଗ୍ରାମକୁ ଅନୈତିକ ଦମନ


ଝାରସୁଗୁଡା :-

ସାତଦିନ ପୂର୍ବରୁ ପତ୍ର ପତ୍ରିକା ସୋଶିଆଲ ମିଡ଼ିଆରେ ସରକାର ଆଦିବାସୀ ମାନଙ୍କୁ ହକ ଅଧିକାର ଦେବାରୁ ଉପେକ୍ଷା କରାଯାଉଥିବା ବିରୋଧରେ ପ୍ରଚାର ପ୍ରସାର ହେଉଛି। ରାଜ୍ୟର ଆଦିବାସୀ ମାନଙ୍କ ନିଷ୍ପତ୍ତି ଅନୁଯାୟୀ ୫ ତାରିଖରେ ଦିଆଯାଇଥିବା ବନ୍ଦ ଡାକରାକୁ ଶାନ୍ତିପୂର୍ଣ୍ଣ ସଫଳ କରିବା ପାଇଁ ଝାରସୁଗୁଡା ଏସ୍ପିଙ୍କୁ ତିନି ଚାରି ଦିନ ପୂର୍ବରୁ ସାସ୍ ଜଣାଇଥିଲା। ଏହି ବାବଦରେ ଏସ୍ ପି କୌଣସି ପ୍ରତିକ୍ରିୟା ଆଦିବାସୀ ସଂଗଠନ କିମ୍ବା ପତ୍ର ପତ୍ରିକାରେ ପ୍ରକାଶ କରି ନ ଥିଲେ। ଆଦିବାସୀଙ୍କୁ ମଧ୍ୟ ଏହି ଦରଖାସ୍ତ ଉପରେ କିଛି କହି ନଥିଲେ। ପାରମ୍ପରିକ ରିତିରେ ଆଗକୁ ଯେମିତି ବନ୍ଦ ପାଳନ ହେଉଥିଲା ସେହିଭଲି ଆଦିବାସୀ ମାନେ ଓ ସହଯୋଗୀ, ଶୁଭେଚ୍ଛୁ ସଂଗଠନ କଂଗ୍ରେସ, ସିଟୁ, ଏଆଇଟିଇଉସି, ସିପିଆଇ କର୍ମକର୍ତ୍ତା ମାନେ ଶାନ୍ତିପୂର୍ଣ୍ଣ ହରତାଲ କରୁଥିବା ସମୟରେ ଅଚାନକ ପୋଲିସ ସମସ୍ତଙ୍କୁ ଗିରଫ କରିଥିଲା। ଆଦିବାସୀ ମାନଙ୍କ ହକ୍ ଅଧିକାର ତଥା ସାମ୍ବିଧାନିକ ଅନୁଯାୟୀ ପଞ୍ଚାୟତୀରାଜ ନିର୍ବାଚନରେ ତାଙ୍କ ପ୍ରତିନିଧିତ୍ଵ ରହିବା ପାଇଁ ଚାଲିଥିବା ଏହି ଆନ୍ଦୋଳନ ଓ ପୋଲିସ ଦମନ କରିବା ବିଷୟକୁ ବରଦାସ୍ତ କରାଯିବ ନାହିଁ। ପଞ୍ଚାୟତ ନିର୍ବାଚନରେ ପୂର୍ବବତ ସରପଞ୍ଚ, ସମିତି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷର ସଂରକ୍ଷଣ ଜନସଂଖ୍ୟା ଅନୁପାତରେ ନଦେଲେ ରାଜ୍ୟରେ ବିରାଟ ଧରଣର ଆନ୍ଦୋଳନ ହେବାପାଇଁ ପ୍ରସ୍ତୁତି ଚାଲିଛି। 


ଏହି ବନ୍ଦରେ ଝାରସୁଗୁଡାରୁ ସାସ୍ ର ମୂଖ୍ୟ ଉପଦେଷ୍ଟା ମହେନ୍ଦ୍ର ନାଏକ, ଉପଦେଷ୍ଟା ରତ୍ନାକର ପ୍ରଧାନ, ପ୍ରଭାକର ଓରାମ, ମହାସଚିବ ଲିଙ୍ଗରାଜ ପ୍ରଧାନ, ବିନୋଦ ବାଗ, ତ୍ରିଲୋଚନ ଡ଼ନସନା, ରମେଶ ପ୍ରଧାନ ବ୍ରଜରାଜନଗରରୁ ରୁକ୍ମଣ ଧୁରୁଆ, ଉମାଶଙ୍କର ମାଝୀ, ଫକୀର ଭୋଇ, ବାବଲୁ ଭୋଇ,ନିମେଇ ଚରଣ ମରେଇ, ଗଜେନ୍ଦ୍ର ଗଣ୍ଡ କିର୍ମିରା ବ୍ଲକରୁ ବୁନ୍ଦେ ଧୁରୁଆ, କଷ୍ଟୁ ପିଙ୍ଗ, ପଙ୍କଜ ଛତ୍ରିଆ, ନିରଞ୍ଜନ ପ୍ରଧାନ, ପଦ୍ମନ ବୁଦୁଲା, ସଂକିର୍ତନ ବୁଦୁଲା, ବୁଦ୍ଧଦେବ ବାଗ, ରବୀନ୍ଦ୍ର ପ୍ରଧାନ କୋଲାବିରା ବ୍ଲକରୁ ଡ଼ମ୍ବରୁଧର ନାଏକ, ପ୍ରେମସାଗର ଧୁରୁଆ, ରାଜେଶ ନେଟୀ,ରୁଦ୍ରପ୍ରତାପ ସିଂହ, ରମେଶ ମାଝୀ, ଗୋବିନ୍ଦ ଭୋଇ, ପରମେଶ୍ବର ନାଏକ, ପରମେଶ୍ବର ଭୋଇ, ପ୍ରଫୁଲ୍ଲ କାଲୋ,ତୁଲସୀ ନେଗୀ ଲଇକେରା ବ୍ଲକରୁ ମାଧବ ସିଂହ ନାଏକ, ଅଶୋକ କୁମାର ମାଝୀ, ନବୀନ କୁମାର ବୁଦୁଲା, କୃଷ୍ଣଚନ୍ଦ୍ର ଭୋଇ, କଂଗ୍ରେସ ସଭାପତି ଭରତ ଅୱସ୍ତୀ,ସିପିଆଇ ସାରଙ୍ଗଧର ମିଶ୍ର ସିଟୁର ଗୌରିଶଙ୍କର ପାତ୍ର ପ୍ରମୁଖ ସହଯୋଗ କରିଥିଲେ।  

ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.