Type Here to Get Search Results !

ଝାଡ଼େଶ୍ୱର ମନ୍ଦିର ବିକାଶ ପରିଷଦ ତରଫରୁ ସ୍ଵର୍ଗତ କିଶୋର ମହାନ୍ତି ଙ୍କୁ ଶ୍ରଦ୍ଧାଞ୍ଜଳି



ଝାରସୁଗୁଡ଼ା :-

ଆଜି ଅପରାହ୍ନ ୫ଘଣ୍ଟା ୩୦ ମିନିଟ ସମୟରେ ଝାଡ଼େଶ୍ୱର ମନ୍ଦିର ଠାରେ ଝାଡ଼େଶ୍ୱର ମନ୍ଦିର ବିକାଶ ପରିଷଦ ତରଫରୁ, ଓଡ଼ିଶାର ପୂର୍ବତନ ବାଚସ୍ପତି,ପୂର୍ବତନ ବିଧାୟକ ଝାରସୁଗୁଡ଼ା ତଥା ବିଧାୟକ ବ୍ରଜରାଜନଗର ସ୍ବର୍ଗିୟ କିଶୋର କୁମାର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରୀ ସଦାନନ୍ଦ ଦାଶଙ୍କ ସଭାପତିତ୍ୱରେ ଏକ ଶୋକ ସଭା ଅନୁଷ୍ଟିତ ହୋଇ ଜାଇଛି । ସ୍ବର୍ଗିୟ କିଶୋର ମହାନ୍ତିଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳନକରି ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।  ଶ୍ରଦ୍ଧାଞ୍ଜଳି ସଭାରେ ଶ୍ରୀ ଅରୁଣ ଚୈଣୀ ପରିଚାଳନା କରିଥିବା ବେଲେ ପ୍ରଥମେ ସ୍ୱର୍ଗତ ଆତ୍ମାର ଶାନ୍ତି ପାଇଁ ଦୁଇ ମିନିଟ ନିରବ ପାର୍ଥନା କରାଯାଇଥିଲା ଏହାପରେ ସରୋଜ ପଣ୍ଡା, ମନୋରଞ୍ଜନ ମହାପାତ୍ର , ସୁନ୍ଦର ସାହୁ , ଦେବେନ୍ଦ୍ର ପଣ୍ଡା , ସୁରେନ୍ଦ୍ର ମିଶ୍ର, ବନମାଳୀ ତ୍ରିପାଠୀ ତୁଳସୀ ଦାଶ , ଜୟ ପ୍ରକାଶ କୁଅଁର , ଶଶୀଭୂଷଣ ତୀଵାରୀ , ଲିଙ୍ଗରାଜ ମହାପାତ୍ର ,ପ୍ରମୂଖ ସମସ୍ତେ ଉପସ୍ତିତ ରହି ସ୍ୱର୍ଗତ ଆତ୍ମାପ୍ରତି ସ୍ମୂର୍ତିଚାରଣ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଦେବେନ୍ଦ୍ର ମହାପାତ୍ର, ଜୟ ଜୋଶୀ , କ୍ଷେତ୍ରମଣି ସାହୁ ,ନିର୍ମଳ କାଲୋ , ପ୍ରମୂଖଙ୍କ ସମେତ ଝାଡ଼େଶ୍ୱର ମନ୍ଦିର ବିକାଶ ପରିଷଦର ସମସ୍ତ ସଦସ୍ୟ ଉପସ୍ତିତ ରହି ସ୍ୱର୍ଗତ ଆତ୍ମାପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.