ବଲାଙ୍ଗୀର :-
ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ଯୋଶୀ ଙ୍କ ପରଲୋକ ହୋଇଯାଇଛି। ଗତ କିଛିଦିନ ଧରି ସେ ପୀଡ଼ିତ ଥିଲେ ଏବଂ ଚିକିତ୍ସିତ ହେଉଥିଲେ। ଆଜି ହଠାତ ଅସୁସ୍ଥ ହେବାରୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା ତେବେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ପରଲୋକ ଖବର ପ୍ରଚାରିତ ହେବା ପରେ କଳାହାଣ୍ଡି ସାମ୍ବାଦିକ ମହଲ ରେ ଶୋକର ଛାୟା ଖେଳିଯାଇଛି। ସେ ଦୀର୍ଘ ୩୪ ବର୍ଷ ଧରି ସାମ୍ବାଦିକତା କରିଥିଲେ। ଏହାବ୍ୟତୀତ ସେ ଜାତୀୟ ଯୁବ ପୁରସ୍କାର, ଜିଲ୍ଲା ସାମ୍ବାଦିକ ସଂଘ ଉପ ସଭାପତି, ଜିଲ୍ଲା ସଂସ୍କୃତି ପରିଷଦ ସଦସ୍ୟ ଭାବରେ ଜିଲ୍ଲାରେ ବେଶ ପରିଚିତ ଥିଲେ। ଜଣେ ନିର୍ଭୀକ ସାମ୍ବାଦିକ, ସମାଜ ସେବୀ, ଓ ଜଣେ ସମାଜ ସୁଧାରକ ଭାବରେ ସେ ଜିଲ୍ଲାରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ତାଙ୍କର ପରଲୋକରେ ସାମ୍ବାଦିକ ମହଲ ସମେତ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ଯୋଶୀଙ୍କ ପରଲୋକରେ ଜିଲ୍ଳା ସାମ୍ବାଦିକ ସଂଘ, କଳାହାଣ୍ଡି ପେଷାଦାର ସାମ୍ବାଦିକ ସଙ୍ଘର ରଜନୀ ମିଶ୍ର, ମନୋଜ ନାଏକ, ଶୁଶାନ୍ତ ସାମନ୍ତରାୟ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି ବିଶେଷ, ରାଜନେତା ଓ ସାମ୍ବାଦିକ ମାନେ ତାଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ। ଜଣେ ମିଷ୍ଟଭାସ, ସ୍ନେହୀ, କଳାହାଣ୍ଡି ମାଟିର ଜଣେ ସଂଗ୍ରାମୀ ସାମ୍ବାଦିକଙ୍କୁ ହରାଇ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।
