Type Here to Get Search Results !

ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ


ଜଗତସିଂହପୁର :-

ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରିଡ଼ି ବ୍ଲକ୍ ଜୋନ୍ -୨ ର ବାଗଲପୁର , ବରେଡିଆ , ବାସନ୍ଦରା , ଉକୁନ୍ଦରା , ମଙ୍ଗୁଲି ଓ ପୂରଣ ଗ୍ରାମ ପଞ୍ଚାୟତ କୁ ନେଇ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ ଯୁବ ବିଧାୟକ ବିଜୟ ଶଙ୍କର ଦାସ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବିଭିନ୍ନ ଜନ ହିତଧିକାରୀ ଯୋଜନା ବିଷୟରେ ଅବଗତ କରାଇବା ସହ, ସମସ୍ତ ପଞ୍ଚାୟତରେ ହେବାକୁ ଥିବା ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ହାତ ମୁଠାକୁ ଟାଣ ରଖିବାକୁ ନିବେଦନ କରିବା ସହ ଆଗାମୀ ଦିନରେ ସଂଗଠିତ ହୋଇ କାର୍ଯ୍ୟ କରିବାକୁ କର୍ମୀ ମାନଙ୍କ ସହିତ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମ ବିନା ନିମନ୍ତ୍ରଣ ରେ ବିଧାୟକ ଙ୍କ ଉପରେ ଆସ୍ଥା ପ୍ରକୋଟ କରି ଅତ୍ୟଧିକ ଲୋକଙ୍କୁ ଦେଖିବାକୁ ମିଳିଥିଲା କିନ୍ତୁ ଏହି ମହାମାରୀ ସମୟରେ ଏତେ ଜନସମାଗମ ନହେବାପାଇଁ ବିଧାୟକ ବିଜୟ ଶଙ୍କର ଦାସ ଶେଷରେ ନିବେଦନ କରିଥିଲେ । ଜଗତସିଂହପୁର ରୁ ସତ୍ୟବ୍ରତ ସାମଲ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.