Type Here to Get Search Results !

ବରଗଡ଼ କୋଭିଡ ହସପିଟାଲ ଅକ୍ସିଜେଣ୍ଟ ପ୍ଳାଣ୍ଟ ରେ ଚୋରି !!

 

ବରଗଡ଼ :-

ବରଗଡ଼ କୋଭିଡ ହସପିଟାଲ ଅକ୍ସିଜେଣ୍ଟ ପ୍ଳାଣ୍ଟ ରେ ଚୋରି ଅଭିଯୋଗ ବରଗଡବାସୀଙ୍କ ପାଇଁ ଏକ ଦୁଃଖଦ ଏବଂ ଲଜ୍ଜା ଜନକ ଖବର | ସାରାଦେଶରେ ବୋଧେ କୌଣସି ସ୍ଥାନରେ ଏପରି ଘଟଣା ଘଟିନଥିବ ଯାହା ବରଗଡର ମୁଖ୍ୟ ଚିକିତ୍ସାଳୟରେ ଘଟିଛି | ବରଗଡ ମୁଖ୍ୟଚିକିତ୍ସାଳୟ ପରିଶରରେ ଥିବା କୋଭିଡ଼ ହସ୍ପିଟାଲ ଅକ୍ସିଜେନ ପ୍ଳାଣ୍ଟ ର ଅନେକ ଯନ୍ତ୍ରାଂଶ ଚୋରୀ ହୋଇଯାଇଛି ମାତ୍ର ଡାକ୍ତରଖାନାର କର୍ମଚାରୀଙ୍କୁ ଏ ବିଷୟରେ କିଛି ଜଣାନାହି | କୋଭିଡ଼ ହସ୍ପିଟାଲ ଅକ୍ସିଜେନ ପ୍ଲାଣ୍ଟର କୋଠରୀ ରେ ବାହାରପଟେ ତାଲା ପଡିଛି ମାତ୍ର ଭିତରେ ସାମାନ ଗାୟବ ଅଛି | ବରଗଡରେ ବଢୁଥିବା ସଙ୍କ୍ରମିତଙ୍କ ସଂଖ୍ୟା କୁଦେଖି କୋଭିଡ଼ ହସ୍ପିଟାଲର ପୂର୍ବ ପ୍ରସ୍ତୁତି ପାଇଁ ଯାଞ୍ଚ କରାଯାଇଥିବା ବେଳେ ଏହି ଚୋରୀ ଘଟଣାଟି ଜଣାପଡିଥିଲା | ତେବେ ପୂର୍ବରୁ ମଧ୍ୟ ମୁଖ୍ୟଚିକିତ୍ସାଳୟରୁ 3 ଗୋଟି ନୂତନ AC ଓ ଅନେକ ସାମଗ୍ରୀ ଚୋରୀ ହୋଇଥିଲେ ସୁଦ୍ଧା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଥାନାରେ ଏତଲା ଦିଆଯାଇନଥିଲା |  ବାରମ୍ବାର CDMO ଏବଂ ADMO ଙ୍କୁ ଥାନାରେ FIR ଦେବାକୁ କହିବା ପରେ ମଧ୍ୟ ଏତଲା ଦିଆଯାଇନଥିଲା | ଏଥିରୁ ସ୍ଵଷ୍ଟ ଜଣାପଡୁଛି ଯେ ହସ୍ପିଟାଲରେ ବାରମ୍ବାର ହେଉଥିବା ଚୋରୀରେ ହସ୍ପିଟାଲ କର୍ତୃପକ୍ଷଙ୍କ ମଧ୍ୟ ହାତ ରହୁଛି | ଏହି ଘଟଣା ଟି ସଂବେଦନଶୀଳ ଘଟଣା ହୋଇଥିବା ବେଳେ ଜିଲ୍ଲାପାଳଙ୍କ କାନକୁ ଖବର ଯିବାପରେ ବାଧ୍ୟ ହୋଇ ଭଟଲି ଥାନାରେ ଏତଲା ଦିଆଯାଇଛି | ଏଠାରେ ପ୍ରଶ୍ନ ଉଠୁଛି ଯେ କୋଠରୀରେ ତାଲା ପଡିଥିବା ସତ୍ବେ କୋଠରୀ ଭିତରୁ ଦାମିକିଆ କୋଭିଡ଼ ସାମଗ୍ରୀ ଚୋରୀ ହେଲା କେମିତି ? ହସ୍ପିଟାଲ ରେ ରହିଥିବା ଏତେ ସଂଖ୍ଯାରେ ସିକ୍ୟୁରିଟି ଗାର୍ଡ କରୁଥିଲେ କଣ ? ହସ୍ପିଟାଲ ର ସିସି ଟିଭି କ୍ୟାମେରା ଗଲା କୁଆଡେ ? ପଶ୍ଚିମ ଓଡିଶା ବ୍ୟୂରୋ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.