Type Here to Get Search Results !

ଭିଜିଲାନ୍ସ ଜାଲରେ ତହସିଲ ଅଧିକାରୀ, ଏକକାଳୀନ ତିନୋଟି ସ୍ଥାନରେ ଚଢାଉ



ବଲାଙ୍ଗୀର :-

ଭିଜିଲାନ୍ସ ଜାଲରେ ତହସିଲ ସେକ୍ସନ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଆଗଲପୁର ତହସିଲ ସେକ୍ସନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଏହି ଅଧିକାରୀ ଜଣକ ହେଉଛନ୍ତି ପ୍ରଫୁଲ୍ଲ ସା । ସାଙ୍କ ଘର ଓ ଅଫିସ ସମେତ ୩ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି । ବଲାଙ୍ଗୀର ଗାନ୍ଧିନଗରପଡା, ହାଟପଦାପଡାର ପୈତୃକ ଘରେ ଏବଂ କାର୍ଯ୍ୟାଳୟରେ ଚଢାଉ କରୁଛି ଭିଜିଲାନ୍ସ । ଏବେସୁଦ୍ଧା ଭିଜିଲାନ୍ସ ତାଙ୍କ ଘରୁ ନଗଦ ୧୬ ହଜାର ୩୩୦ ଟଙ୍କା ଓ କିଛି ସୁନା ଅଳଙ୍କାର ଠାବ କରିଥିବା ସୂଚନା ମିଳିଛି । ସେକ୍ସନ ଅଫିସର ପ୍ରଫୁଲ୍ଲ ସା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜଲାନ୍ସ ପାଖରେ ଅଭିଯୋଗ ହୋଇଥିଲା । ଯାହାକୁ ଭିତ୍ତି କରି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶରେ ଏହି ଚଢାଉ କରୁଛି ଭିଜିଲାନ୍ସ ବିଭାଗ । ଚଢାଉରେ ସମ୍ବଲପୁର ବରଗଡ ବଲାଙ୍ଗୀର ଭିଜିଲାନ୍ସ ଟିମ୍ ସାମିଲ ହୋଇଛନ୍ତି ଏବଂ ତଦନ୍ତ ପରେ ସବୁ ତଥ୍ୟ ଜଣାପଡ଼ିବ ବୋଲି କୁହାଯାଇଛି । ସେପଟେ ରେଡ୍‌କୁ ନେଇ ଭିଜିଲାନ୍ସ ବିଭାଗ କୌଣସି ପ୍ରତିକ୍ରିୟା ଦେଇ ନ ଥିବାବେଳେ ଅଭିଯୁକ୍ତ ଅଧିକାରୀ ଆୟ ବହିର୍ଭୂତ ଅଭିଯୋଗକୁ ଅସ୍ବୀକାର କରିଛନ୍ତି ।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.