ଝରୀଗାଁ :-
ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ରେ ନିର୍ବାଚନ ତାରିଖ ଯେତିକି ଯେତିକି ପାଖେଇ ଆସୁଛି ନେତାଙ୍କ ଦଳ ଡିଆ ପର୍ବ ମଧ୍ୟ ସେତିକି ଜୋରସୋର ରେ ଜାରି ରହିଛି. ଆଜି କଂଗ୍ରେସ ଦଳ ର ଉପସଭାପତି ଶ୍ରୀଯୁକ୍ତ ମହେଶ୍ୱର ତିୱାରୀ କଂଗ୍ରେସ ଦଳ ଛାଡି ବିଜେପି ଦଳରେ ସାମିଲ ହୋଇଥିବା ସୂଚନା ମିଳିଛି. ଶ୍ରୀଯୁକ୍ତ ମହେଶ୍ୱର ତିୱାରୀ କିଛିଦିନ ତଳେ ଜିଲ୍ଲା କଂଗ୍ରେସ ଉପସଭାପତି ପଦରୁ ଇସ୍ତଫା ଦେଇଥିଲେ. ତେବେ ଆଗାମୀ ଦିନରେ କେଉଁ ଦଳରେ ସାମିଲ ହେବେ ସେନେଇଁ କୌଣସି ସ୍ପଷ୍ଟ ସୂଚନା ଦେଇନଥିଲେ. ଆଜି ଝରୀଗାଁ ବ୍ଲକ ଇଚ୍ଛାପୁର ପଂଚାୟତ ର କାଦମଲି ଗ୍ରାମରେ ବିଜେପି ପକ୍ଷରୁ 3ନମ୍ବର ଜୋନ ର କର୍ମୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା. ଏହି ବୈଠକ ରେ ଶ୍ରୀଯୁକ୍ତ ତିୱାରୀ ଙ୍କ ସହ ତାଙ୍କର ବହୁ ସମର୍ଥକ କଂଗ୍ରେସ ଦଳ ଛାଡି ବିଜେପି ରେ ସାମିଲ ହୋଇଥିବା ସୂଚନା ମିଳିଛି. ଉକ୍ତ ବୈଠକ ରେ ଉପସ୍ଥିତ ଥିବା ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ଗୋବିନ୍ଦ ଜୈନ, ବିଜେପି ଯୁବନେତା ଜିଲ୍ଲା ସଭାପତି ଚନ୍ଦ୍ରଭାନୁ ନାୟକ, ଚଚା ଜୋନ ପ୍ରଭାରୀ ପ୍ରଫୁଲ ପ୍ରଧାନ ପ୍ରମୁଖ ଶ୍ରୀଯୁକ୍ତ ତିୱାରୀ ଙ୍କ ସହ ସମର୍ଥକ ମାନଙ୍କୁ ଉତ୍ତରୀୟ ଓ ଟୋପି ଦେଇ ସ୍ୱାଗତ କରିଥିଲେ. ସେହିପରି ଶ୍ରୀଯୁକ୍ତ ତିୱାରୀ ଙ୍କ ସହ ତାଙ୍କ ସମର୍ଥକ ବିଜେପି ରେ ସାମିଲ ହେବାପରେ 3 ନମ୍ବର ଜୋନ ରେ ବିଜେପି ଦଳ ସୁଦୃଢ ହେବ ବୋଲି ବିଜେପି ନେତା ଆଶାବ୍ୟକ୍ତ କରିଛନ l ନବରଙ୍ଗପୁର ରୁ ଗୋବିନ୍ଦ ବିଶ୍ୱାସ ଙ୍କ ରିପୋର୍ଟ
