Type Here to Get Search Results !

ବଲାଙ୍ଗିର ପୋଲିସ କବ୍‌ଜାରେ ଆନ୍ତଃରାଜ୍ୟ ମୋବାଇଲ୍‌ ଲୁଟେରା : ୩ ଗିରଫ,113ଟି ମୋଵାଇଲ ଜଵତ


ବଲାଙ୍ଗିର :-

ଆନ୍ତଃରାଜ୍ୟ ମୋବାଇଲ୍‌ ଲୁଟେରାଙ୍କୁ ଧରିବାରେ ବଲାଙ୍ଗିର ପୋଲିସକୁ ମିଳିଛି ବଡ଼ ସଫଳତା । ଏବେ ବଲାଙ୍ଗିର ପୋଲିସ କବ୍‌ଜାରେ ଆନ୍ତଃରାଜ୍ୟ ମୋବାଇଲ୍‌ ଲୁଟେରା । ଏହି ମାମଲାରେ ୩ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସେମାନଙ୍କଠାରୁ ୧୧୩ଟି ଦାମୀ ମୋବାଇଲ ଜବତ କରିଛି ବଲାଙ୍ଗିର ପୋଲିସ । 


ସୂଚନାଯୋଗ୍ୟ ଯେ, ସ୍ଥାନୀୟ ରମାଇ ଟକିଜ ନିକଟସ୍ଥ ଏକ ମୋବାଇଲ ଦୋକାନରୁ ୧୪ ତାରିଖ ରାତିରେ ୫୦ ଲକ୍ଷ ଟଙ୍କାର ମୋବାଇଲ ଲୁଟ ହୋଇଥିଲା । ବଲାଙ୍ଗିର ପୋଲିସ ଘଟଣାର ତଦନ୍ତ କରି ବିହାର ରାଜ୍ୟରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୧୩ଟି ଦାମୀ ମୋବାଇଲ ମଧ୍ୟ ଜବତ ହୋଇଛି । ଜବତ ହୋଇଥିବା ମୋବାଇଲର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ଲୁଟେରାମାନେ ଚୋରି ମୋବାଇଲ ନେପାଳ ଚାଲାଣ କରିବାକୁ ଉଦ୍ୟମ ପୂର୍ବରୁ ବଲାଙ୍ଗିର ପୋଲିସ ଅଭିଯୁକ୍ତମାନଙ୍କୁ କାବୁ କରିଥିବା ଜଣାପଡ଼ିଛି । ଏ ସଂପର୍କରେ ଏକ ପ୍ରେସ୍‌ ମିଟ୍‌ରେ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ପି ନୀତିନ୍‌ କୁଶଲକର ଡାଗୁଡୁ ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ। 

Post a Comment

0 Comments
* Please Don't Spam Here. All the Comments are Reviewed by Admin.