Type Here to Get Search Results !

ଘର କୁ ଘର ବୁଲି ଟୀକାକରଣ

 

ଝାରସୁଗୁଡ଼ା :-

ଦିନକୁ ଦିନ ଝାରସୁଗୁଡ଼ା ଜିଲ୍ଲାରେ କୋରୋନା ବୃଦ୍ଧି ପାଇବା ରେ ଲାଗିଛି। ଏନେଇ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଏବେ ତତ୍ପର ହୋଇ ଉଠିଛନ୍ତି। ଆଜିଠାରୁ ଆରମ୍ଭ ହୋଇଛି ଘରକୁ ଘର ଯାଇ ଟୀକା ଦେବା ଅଭିଯାନ। ଏନେଇ ଆଜି ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲ ଟୁଇଟ କରି ଜିଲ୍ଲାବାସୀଙ୍କୁ ସୂଚନା ଦେଇଛନ୍ତି। ଯଥାଶୀଘ୍ର ଜିଲ୍ଲାର ସମସ୍ତ ଲୋକଙ୍କୁ କିଭଳି ସୁଚାରୁ ରୂପେ ଟୀକାକରଣ ହୋଇ ପାରିବ ଏନେଇ ଏ ଅଭିଯାନ ଆରମ୍ଭ ହୋଇଥିବା ନେଇ ସୂଚନା ନେଇ ଦେଇଛନ୍ତି ଜିଲ୍ଲାପାଳ। 



ଏହାସହ ଏହି ଅଭିଯାନ ରେ ସମସ୍ତ ଜିଲ୍ଲାବାସୀଙ୍କୁ ସହଯୋଗ କରିବାକୁ ନିବେଦନ ମଧ୍ୟ ଜିଲ୍ଲାପାଳ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ସମସ୍ତ ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ସ୍ବାସ୍ଥ୍ୟ ବିଭାଗ କୁ ସହ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଛନ୍ତ। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.