ପଦ୍ମପୁର :-
ପଦ୍ମପୁର ଉପଖଣ୍ଡ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ସ୍ତରୀୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ରେଲଗାଁ (ଛତ୍ର ବେହେରା ) ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ବିଜେପି ନେତା ପିତବାସ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋଭିଡ କଟକଣା ନିୟମ ଅନୁସାରେ ପାଳନ ସହ ଅନୁଷ୍ଠିତ ବୈଠକରେ ପଦ୍ମପୁର ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ କୁମାର ପୁରୋହିତ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଦଳୀୟ ପ୍ରାର୍ଥୀ ସରପଞ୍ଚ,ସମିତି ସଭ୍ୟ,ଜିଲ୍ଲା ପରିଷଦ ସଦସ୍ୟ ପଦ ପାଇଁ ଅଞ୍ଚଳ ନିର୍ବାଚନ ରେ ଲୋକ ଙ୍କ ବିକାଶ ଏବଂ ଲୋକପ୍ରିୟ ବ୍ୟକ୍ତି ଙ୍କୁ ନିର୍ବାଚନରେ ଲଢ଼ିବା ପାଇଁ ଦଳୀୟ ପ୍ରାର୍ଥୀ ଭାବେ ମନୋନୀତ କରା ଯାଇଥିଲା । ସରପଞ୍ଚ ପ୍ରାର୍ଥୀ ପାଇଁ ସୁଦାମ ସେଠୀ,ସମିତି ସଭ୍ୟା ଗୈାରୀ ନାଏକ ଓ ଜୋନ୍ ନଂ ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରତାପ ସିଂ ବରିହାଙ୍କୁ ଘୋଷଣା କରିଥିଲେ । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଉଦ୍ୟମ କରିବାକୁ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ବରଗଡ଼ ଜିଲ୍ଲା ଉପସଭାପତି ସରୋଜ ସାମଲ, ପାଇକମାଲ ମଣ୍ଡଳ ସଭାପତି କୌଳାସ ଦିଶିରି,କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀ ଗୋବର୍ଦ୍ଧନ ଅଗ୍ରୱାଲ ପ୍ରମୁଖ ମଞ୍ଚାସିନ ଥିଲେ । ଏଥିରେ କାଶିନାଥ ସେଠ,ବିପିନ ପ୍ରଧାନ,ତୁଷ ବିଶି,ସେବାରାମ ସା, ଇକ୍ଷା ସାହୁ,ରବିନ୍ଦ୍ର ସାହୁ,ହାଡ଼ୁ ପଣ୍ଡା,ବିରଞ୍ଚି ସାହୁ,ନୀଳାମ୍ବର ରଣା,ବନମାଳୀ ପଟେଲ,କମଳ ରଣା,କୁଳ ସେଠ, ଫୁଲମତୀ ମିଶ୍ର,ଶୋଭାଗିନୀ ଯୋଷୀ, ସୁମିତ୍ରା ବିଶି,ଭୋଜରାଜ ସାହୁ,କୁନୁ ସାହୁ,ଲମ୍ବୋଦର ସାହୁ,ଡୋଲାମଣି ସାହୁ,ଟିକେଶ୍ଵର ସାହୁ,ଦୃବାଦଳ ବରିହା, ଗୈାତ୍ତମ ବରିହା,ରଜନୀ ପ୍ରଧାନ,ବ୍ରହ୍ମ ସୁନା,ଦେବାର୍ଚନ ପଟେଲ,କିଶୋର ଦଣ୍ଡସେନା,ବେଦବ୍ୟାସ ସାହୁଙ୍କ ସମେତ ଅଞ୍ଚଳର ଶତାଧିକ ବିଜେପି କର୍ମକର୍ତ୍ତା ସଦସ୍ୟ ଥିଲେ। ଶେଷରେ ପଞ୍ଚାୟତ ବିଜେପି ଉପସଭାପତି ତହସିଲ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।
ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ
