ତେଲକୋଇ :-
କେନ୍ଦୁଝର ଜିଲ୍ଲା, ତେଲକୋଇ ବ୍ଲକଗ୍ରାମପଞ୍ଚାୟତ ଅନ୍ତର୍ଗତ ଟାଙ୍ଗିରି ଗ୍ରାମର ଶ୍ରୀ ଦିବାକର ମହାନ୍ତ ଆଉ ଆମ ଗହଣରେ ନାହାନ୍ତି। ସେ ତା= ୧୯/୦୧/୨୨ ରିଖ ରାତ୍ରି ୧୦ ଘଟିକା ସମୟରେ ଅସୁସ୍ଥ ଅନୁଭବ କରିବାରୁ ନିକଟସ୍ଥ ତେଲକୋଇ ମେଡିକାଲ୍ କୁ ନେଉଥିବା ସମୟରେ ବାଟରେ ହୃଦଘାତରେ ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି। ତାଙ୍କ ବିୟୋଗରେ ବିମଳା ଗ୍ରାମ ପଞ୍ଚାୟତ ତଥା ତେଲକୋଇ ବ୍ଲକ ଅଞ୍ଚଳ ବାସୀ ଅପୂରଣୀୟ ଓ ଦୁଃଖ ପ୍ରକାଶ କରିଛନ୍ତି। ସେ ଏକାଧାରରେ ଥିଲେ ଜଣେ ପାଲା ଗାୟକ, ଦକ୍ଷ ସଂଗଠକ ଓ ମେଳାପି। ତାଙ୍କ ଅନୁପସ୍ଥତିରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅପୂର୍ଣ୍ଣ ମାନେକରୁଛି। ତାଙ୍କ ପରିବାରରେ ସେ ଥିଲେ ରୋଜଗାରିଆ,ବର୍ତ୍ତମାନ ପରିସ୍ଥିତି ଜଟିଳ ଅଟେ। ସେ ବଡ ଝିଅକୁ ବାହା କରିଦେବା ପରେ ଘରେ ନାବାଳିକା ୧୪ ବର୍ଷର ଝିଅ,ଗୋଟିଏ ୧୦ ବର୍ଷର ସାନପୁଅ ଓ ସହଧର୍ମିଣୀ ଙ୍କ ସହିତ ଅଛନ୍ତି। ତାଙ୍କ ପରିବାରର ପ୍ରତିପୋଷଣ ପାଇଁ ଏହା ବହୁତ ଦୁଃଖଦ କାହାଣୀ। ସେଥିପାଇଁ ବିମଳା ଗ୍ରାମପଞ୍ଚାୟତର ଅଞ୍ଚଳବାସୀ ବିନମ୍ର ଅନୁରୋଧ କରୁଛନ୍ତି କି,ସରକାର ପ୍ରଶାସନ ଓ କୌଣସି ସହୃଦୟ ସମାଜସେବୀ ତାଙ୍କୁ ସହଯ୍ୟକରିବାକୁ ଅନୁରୋଧ।
ତେଲକୋଇରୁ ତ୍ରିଲୋଚନ ପାତ୍ରଙ୍କ ରିପୋର୍ଟ
