ପୈତୃକ ସମ୍ପତ୍ତି ଉପରେ ଝିଅଙ୍କ ରହିଛି ସମାନ ଅଧିକାର। ସୁପ୍ରିମକୋର୍ଟ ଦେଇଥିବା ନିଜ ପୂର୍ବ ରାୟକୁ ପୁଣି ଥରେ ଦୋହରାଇଛନ୍ତି। ହିନ୍ଦୁ ପର୍ସନାଲ ଲ’ ଓ ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମରେ ଏହା ଲାଗୁ ହେବ। ପୈତୃକ ସମ୍ପତ୍ତି ବିଭାଜନ ପରେ ଝିଅଙ୍କୁ ମିଳିବ ସମାନ ଅଧିକାର।
ପୈତୃକ ସମ୍ପତ୍ତି ଉପରେ ଝିଅର ରହିଛି ଜନ୍ମଗତ ଅଧିକାର। ଯଦି, ବାପାଙ୍କ ମୃତ୍ୟୁ ୧୯୫୬ ପୂର୍ବରୁ ହୋଇଥିଲେ ବି ଏହି ନିୟମ କାର୍ଯ୍ୟକାରୀ ହେବ। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏସ୍ ଅବଦ୍ଦୁଲ ନାଜିର ଓ ଜଷ୍ଟିସ୍ କ୍ରିଷ୍ଣା ମୂରାରୀଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।
ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି କି, ଝିଅଙ୍କୁ ପୈତୃକ ସମ୍ପତ୍ତି ଦେବାରେ କେହି ବି ଅବରୋଧ କରିପାରିବେନି। ପୂର୍ବର ଏକ ମାମଲାର ଉଦାହରଣ ଦେଇ କୋର୍ଟ କହିଛନ୍ତି ଯେ, ପୈତୃକ ସମ୍ପତ୍ତି ଉପରେ ସମସ୍ତ ସନ୍ତାନଙ୍କ ସମାନ ଅଧିକାର ରହିଛି। ଯଦି, ଏହା ନମିଳେ ତେବେ ଝିଅ ଏଥିପ୍ରତି ଦାବି କରିପାରିବେ। ୨୦୧୮ ମସିହାରେ ଏସଂକ୍ରାନ୍ତୀୟ ରାୟ ଶୁଣାଇ ଝିଅ ଓ ପୁଅକୁ ସମାନ ଅଧିକାର ମିଳିବ ବୋଲି କୋର୍ଟ କହିଥିଲେ। ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ
