Type Here to Get Search Results !

73 ତମ ସାଧାରଣନତନ୍ତ୍ର ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ


ଝାରସୁଗୁଡ଼ା :-

ଆଜି ପୂର୍ବାହ୍ନ 11.00 ଘ. ସମୟରେ   73ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ  ଜିଲ୍ଲାପାଳ, ଶ୍ରୀ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ସାଧାରଣତନ୍ତ୍ର ଦିବସ-2022 କୁ ଲୋକ ସଂପର୍କ ବିଭାଗଙ୍କ କୋଭିଡ ନିୟମାବଳି ଅନୁଯାୟୀ କିପରି ଭାବରେ ସଫଳତାର ସହିତ ପାଳନ କରାଯାଇପାରିବ ସେହି ବିଷୟରେ ସଭାରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଥିଲା I ଏହି ବର୍ଷ ମଧ୍ୟ କୋଭିଡ ନିୟମାବଳି ଅନୁଯାୟୀ କେବଳ ପୋଲସି ବାହିନୀ ହିଁ ସାଧାରଣତନ୍ତ୍ରୀ ଦିବସ ପ୍ୟାରେଡରେ ଅଂଶ ଗ୍ରହଣ କରିବେ ଏବଂ କୌଣସି ସ୍କୁଲ ବା କଲେଜ ଅଂଶ ଗ୍ରହଣ କରିବେ ନାହିଁ I କୋରୋନା ସମୟରେ ତଥା କୃଷି, ଶିକ୍ଷା, ବାଲ୍ୟ ସୁରକ୍ଷା ଓ ଅଧିକାର ତଥା ରକ୍ତଦାନ କ୍ଷେତ୍ର ରେ ଯେଉଁମାନେ ଉତ୍ତମ କାର୍ଯ୍ୟ ସଂପାଦନ କରିବା ସହ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ସେମାନଙ୍କୁ 73ତମ ସାଧାରଣତନ୍ତ୍ର ଦିବସ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ସମ୍ମାନୀତ କରାଯିବ।ମୁଖ୍ୟ ଅତିଥି ଦ୍ଵାରା ଲାୟନସ୍ କ୍ଳବ୍ ଓ ମାନବ ସେବା ସଂଘ, ୟଙ୍ଗ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଜିଲ୍ଲା ଜେଲ୍, ଜିଲ୍ଲା ମୁଖ୍ୟା ଚିକିତ୍ସାଳୟ ରେ ଫଳ ବଣ୍ଟନ କରାଯିବ। ଏହି ପ୍ରସ୍ତୁତି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ତପିରାମ ମାଝୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରବୀର କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଙ୍କେଶ୍ଵର ଅମାତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଲମ୍ବୋଦର ବୁଡା, ଆସିଷ୍ଟାଣ୍ଟ କମାନଡାଣ୍ଟ ଶ୍ରୀ ଏମ. ସାୟ, କାର୍ଯ୍ୟନିର୍ବହୀ ଅଧିକାରୀ, ପୌର ପରିଷଦ ଝାରସୁଗୁଡ଼ା ଶ୍ରୀ ମନୋଜ ତାଣ୍ଡି, ବିଭିନ୍ନ ବିଭାଗର ଜିଲ୍ଲା ଅଧିକାରୀ ଏବଂ ଆନନ୍ଦିନୀ ପାଢ଼ୀ, ଶ୍ରୀ ପିନ୍ଟୁ ପାଢ଼ୀ, ପ୍ରୋ. ଟହଲୁ ସାହୁ, ଗଣେଶ ନାୟକ,ଶ୍ରୀ ସୁରଙ୍ଗ ପ୍ରଧାନ,ଶ୍ରୀମତୀ ମଧୁସ୍ମିତା ସୁବନିଲ, ଶ୍ରୀ ବାଲଗୋବିନ୍ଦ ମିଶ୍ର, ଶ୍ରୀ ବିବେକାନନ୍ଦ ମିଶ୍ର, ଶ୍ରୀ ବିଜୟ ବେହେରା ପ୍ରମୁଖ ଯୋଗ ଦେଇଥିଲେ I ପରିଶେଷରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସଭା ଭଙ୍ଗ କରାଯାଇଥିଲା । ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.