Type Here to Get Search Results !

ଭୁବନେଶ୍ୱର ରେ ଏଟିଏମ ଲୁଟ ବିଫଳ,ଦୁଇ ଗିରଫ



ଭୁବନେଶ୍ୱର :- 

ଭୁବନେଶ୍ୱର ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଭୁବନେଶ୍ୱର ସିରିପୁର (ୟୁନିଟ -୮)ଅଞ୍ଚଳରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ର ଏକ ଏ ଟି ଏମ ମଧ୍ୟରେ ଗ୍ୟାସ କଟର ଦ୍ୱାରା ମେସିନ କୁ କାଟି ଲୁଟ ଉଦ୍ୟମ କରୁଥିବା ସମୟରେ କିଛି ଦୂରରୁ କିଛି ସ୍ଥାନୀୟ ଲୋକ ଏଟିଏମ ଭିତରେ ଗ୍ୟାସ ର ନିଆଁ ଦେଖି ସନ୍ଦେହରେ ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ଅବିଳମ୍ବେ ଘଟଣା ସ୍ଥଳରେ ପହଁଛି  ଲୋକଙ୍କ ସହାୟତାରେ ଏଟିଏମ ଭିତରୁ ଦୁଇ ଅଭିଯୁକ୍ତ ଙ୍କୁ କବ୍ଜା କୁ ନେଇଥିଲେ। ଏହି ଦୁଇ ଅଭିଯୁକ୍ତ ସମ୍ପର୍କରେ ବାପ-ପୁଅ ଏବଂ ସେମାନେ କନ୍ଧମାଳ ର ବାସିନ୍ଦା ବୋଲି ସୂଚନା ମିଳିଛି। ମାତ୍ର ଏମାନେ ସ୍ଥାନୀୟ ନୟାପଲ୍ଲୀ ଅଞ୍ଚଳରେ ରହୁଥିଲେ।ଘଟଣାସ୍ଥଳ ରେ ସେମାନଙ୍କ ଠାରୁ ଗ୍ୟାସ ସିଲିଣ୍ଡର, ଲୁହା ରଡ଼, ଇତ୍ୟାଦି ପୋଲିସ ଜବତ କରି ଅଧିକ ତଦନ୍ତ ଆରମ୍ବ କରିଛି।ଭୁବନେଶ୍ୱର ରୁ ସ୍ଵର୍ଣ୍ଣପ୍ରଭା ନାୟକ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.