Type Here to Get Search Results !

ସରପଞ୍ଚ ପଦବୀ ପାଇଁ ନିଲାମୀ କଲେ ଗ୍ରାମବାସୀ ! ୪୪ ଲକ୍ଷ ଟଙ୍କା ଲାଗିଲା ଡାକ

 

ବଲାଙ୍ଗିର :-

 ବଲାଙ୍ଗୀରରେ ସରପଞ୍ଚ ଚୟନ ପାଇଁ ନୂଆ ଫଣ୍ଡା । ନିର୍ବାଚନ ପୂର୍ବରୁ ସରପଞ୍ଚ ପଦବୀ ନିଲାମ । 44 ଲକ୍ଷ 10 ହଜାର ଟଙ୍କାରେ ପଦବୀ ପାଇଁ ଲାଗିଲା ଡାକ । ସେପଟେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ତଦନ୍ତ ହେବ ବୋଲି କହିଲେ ବଲାଙ୍ଗୀର ଜିଲ୍ଲାପାଳ। ବଲାଙ୍ଗୀର: ଓଡ଼ିଶା ଚଳିତ ପଞ୍ଚାୟତ ନିର୍ବାଚନ ବଲାଙ୍ଗୀରରେ ନୋମିନେସନ ପୂର୍ବରୁ ଅଘୋଷିତ ସରପଞ୍ଚ ନିର୍ବାଚିତ ! ସରପଞ୍ଚ ଚୟନ ପାଇଁ ନୂଆ ଫଣ୍ଡା । ନିଲାମ ମାଧ୍ୟମରେ ସରପଞ୍ଚ ଚୟନ । ନିଲାମୀରେ ୪୪ ଲକ୍ଷ ଟଙ୍କାରେ ହେଲେ ସରପଞ୍ଚ । ଯାହା ସଂପୂର୍ଣ୍ଣ ବେଆଇନ ଓ ଅଣସାମ୍ବିଧାନିକ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ବିଲାଇସର୍ଡା ପଞ୍ଚାୟତରୁ । ନିଲାମୀରେ ୪୪ ଲକ୍ଷ ୧୦ ହଜାର ଟଙ୍କାରେ ଅଘୋଷିତ ସରପଞ୍ଚ ଚୟନ କରାଯାଇଛି । ତାହା ପୁଣି ବିନା ସର୍ତ୍ତରେ । ଏଥିପାଇଁ ଆସନ୍ତା ୧୮ ତାରିଖ ମଧ୍ୟରେ ସବୁ ଟଙ୍କା ଜମା କରିବାକୁ ନିଲାମ ଜିତି ଥିବା ପ୍ରାର୍ଥୀକୁ ନିର୍ଦ୍ଦେଶ ଦେଇଛନ୍ତି ଗ୍ରାମବାସୀ ସୂଚନା ଅନୁଯାୟୀ ଶନିବାର ଅପରାହ୍ନ ୨ଟା ସମୟରେ ବିଲାଇସର୍ଡା ମନ୍ଦିର କମିଟି ପକ୍ଷରୁ ପାଠାଗାର ଆଗରେ ଏକଜୁଟ ହୋଇ ନିଲାମ ଡକାଯାଇଥିଲା । ଏଥିରେ ସମସ୍ତ ଆଶାୟୀ ସରପଞ୍ଚ ପ୍ରାର୍ଥୀକୁ ବାଧ୍ୟବାଧକତା ଭାବେ ଡାକି ନିଲାମରେ ସାମିଲ ହେବାକୁ କୁହାଯାଇଥିଲା । ଏପରିକି ନିଲାମରେ କମ ଡାକ ଡାକୁଥିବା ପ୍ରାର୍ଥୀକୁ ନୋମିନେସନ ନ କରିବାକୁ ତାଗିଦ୍ କରାଯାଇଥିଲା। ନିଲାମରେ ସରପଞ୍ଚ ଆଶାୟୀ ପ୍ରାର୍ଥୀ ରାଜୀବ ଲୋଚନ ପଣ୍ଡା ୨୧ ଲକ୍ଷରୁ ନିଲାମ ଆରମ୍ଭ କରିଥିବା ବେଳେ ସୁଶାନ୍ତ ଛତ୍ରିଆ ସର୍ବାଧିକ ୪୪ ଲକ୍ଷ ୧୦ ହାଜର ଟଙ୍କା ଡାକିବା ପରେ ନିଲାମ ଶେଷ ହୋଇଥିଲା ବୋଲି ଅଭିଯୋଗ ହୋଇଛି ।

 ବିଲାଇସର୍ଡା ପଞ୍ଚାୟତ ତିନୋଟି ଗାଁ ବିଲାଇସର୍ଡା, କଶ୍ରୁପାଲି ଓ ବନ୍ଦନକଟାକୁ ନେଇ ଗଠିତ । କେବଳ ବିଲାଇସର୍ଡାରେ ୧୭ ଶହରୁ ଅଧିକ ଭୋଟର ରହିଥିବା ବେଳେ ଅନ୍ୟ ଦୁଇ ଗାଁ ବନ୍ଦନକଟା ଓ କଶ୍ରୁପାଲିର ଭୋଟର ସଂଖ୍ୟା ମିଶି ୧୨ ଶହ ଭୋଟର ରହିଛି । ଯେହେତୁ ବିଲାଇସର୍ଡାରେ ଅଧିକ ଭୋଟର ସଂଖ୍ୟା ରହିଛି, ତେଣୁ ମନ୍ଦିର କମିଟି ମନମାନି କରି ସରପଞ୍ଚ ପ୍ରାର୍ଥୀକୁ ମିଟିଂ ବାହାନାରେ ଡାକି ନିଲାମରେ ସାମିଲ ହେବାକୁ ବାଧ୍ୟ କରିଥିଲେ । ଏବଂ ଅନ୍ୟ ପ୍ରାର୍ଥୀକୁ ପଞ୍ଚାୟତ ନିର୍ବାଚନରେ ନୋମିନେସନ କରାଇ ନଦେବାକୁ ଚେତାବନୀ ଦେଇଥିଲେ । ପଞ୍ଚାୟତ ନିର୍ବାଚନକୁ ନିଲାମି କରି ଦୁର୍ନୀତିକୁ ପ୍ରୋତ୍ସାହନ ଦିଆଯାଉଛି ବୋଲି ଅଭିଯୋଗ ହୋଇଛି ।

 ତେବେ ସରପଞ୍ଚ ପ୍ରାର୍ଥୀ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ନିୟମ ରହିଥିବା ବେଳେ ୪୪ ଲକ୍ଷ ୧୦ ହଜାର ଟଙ୍କା ଖର୍ଚ୍ଚ କରିବା ନିର୍ବାଚନ ଆଚରଣ ବିଧିର ଉଲଂଘନ କରାଯାଇଛି । କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିଙ୍କ ପାଇଁ ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନରେ ପ୍ରାର୍ଥୀ ଓ ମତଦାତାଙ୍କ ମୌଳିକ ଅଧିକାର କ୍ଷୂର୍ଣ୍ଣ ହେଉଛି । ଏହା ଉପରେ ନିର୍ବାଚନ ଆୟୋଗ ଶୀଘ୍ର ପଦକ୍ଷେପ ନେବାକୁ ଦାବି ହେଉଛି। ସେପଟେ ଘଟଣା ବାବଦରେ ଅବଗତ ଥିବା ବଲାଙ୍ଗୀର ଜିଲ୍ଲାପାଳ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଏହାର ତଦନ୍ତ ହେବେ ଏବଂ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.