Type Here to Get Search Results !

ଘୋଷଣା ହେଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ

 


ଭୁବନେଶ୍ୱର :-

ଆଜି ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ୫ ଗୋଟି ପର୍ଯ୍ୟାୟ ରେ ନିର୍ବାଚନ ହେବାକୁ କମିଶନ ଘୋଷଣା କରିବା ସହ ଆଜିଠାରୁ ଆଚରଣବିଧି ଲାଗୁ କରିଛନ୍ତି କମିଶନ। ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର  ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ  ପ୍ରେସ ମୀଟ୍ ମାଧ୍ୟମରେ ଘୋଷଣା କରିଛନ୍ତି।


ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରୁ  ନୋଟିସ ଜାରି ହେବ। ଏହାସହ ଆସନ୍ତା ୧୭ ତାରିଖରୁ ମନୋନୟନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ୨୨ ତାରିଖ ସୁଦ୍ଧା ମନୋନୟନ ପତ୍ର ଯାଞ୍ଚ ସହ ଆସନ୍ତା ୨୫ ତାରିଖ ସୁଦ୍ଧା ମନୋନୟନ ପତ୍ର ପ୍ରତ୍ୟାହାର ଅବଧି ରହିବ। 

ପରବର୍ତ୍ତୀ ପର୍ଯ୍ୟାୟରେ ମତଦାନ ପାଇଁ ୫ ଟି ପର୍ଯ୍ୟାୟ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଫେବୃଆରୀ ୧୬, ୧୮, ୨୦, ୨୨ ଏବଂ ୨୪ ତାରିଖରେ ମତଦାନ କରାଯିବା ନେଇ କମିଶନ ସୂଚନା ଦେଇଛନ୍ତି। ନିର୍ବାଚନ ପ୍ରଚାର କୁ ଭର୍ଚୁଆଲ ମୋଡ ରେ କରିବାକୁ ରାଜ୍ୟ ନିର୍ବାଚନ କମିଶନ ଅନୁରୋଧ କରିଛନ୍ତି। କୋଭିଡ ନିୟମ ପାଳନ ପୂର୍ବକ ପ୍ରଚାର କରିବା ପାଇଁ ଆହ୍ବାନ ଦେଇଛନ୍ତି। ଏଥିରେ ବ୍ୟାଘାତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ତାଗିଦ କରିଛନ୍ତି। ଫେବୃଆରୀ ୨୬, ୨୭ ଏବଂ ୨୮ ତାରିଖରେ ଗଣତି କରାଯିବ ବୋଲି ସୂଚନା ମିଳିଛି। ତେବେ ଆଜିଠାରୁ ଯେହେତୁ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇଛି ଏନେଇ ଆଜିଠାରୁ ରାଜନୈତିକ ମହଲରେ ଉଷ୍ମତା ବୃଦ୍ଧି ହେବା ସହ ନିର୍ବାଚନୀ ବିଗୁଲ ବାଜିବା ଆରମ୍ଭ ହେବା ମାତ୍ରେ ସମସ୍ତ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ସାରିଛନ୍ତି। ବ୍ୟୁରୋ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.